କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଭଦ୍ରକ ଅଫିସ,୨୪।୨: କୋଇଲା ଚୋରି ରୋକିବା ପାଇଁ ଯାଇ ମାଡ଼ ଖାଇଲେ ଆରପିଏଫ କ୍ରାଇମବ୍ରାଞ୍ଚ ଟିମ୍‌। ଏଥିରେ ଦୁଇ ଆରପିଏଫ୍‌ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା।
ସୂଚନାଯୋଗ୍ୟ, ଧାମରାରୁ ଟ୍ରେନ ଯୋଗେ ଆସୁଥିବା କୋଇଲା ବ୍ୟାପକ ଚୋରି ହେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବେଆଇନ ଇଟା ଭାଟିରେ ବ୍ୟବହାର କରିଥାନ୍ତି। ଖବରପାଇ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ୮ ଜଣିଆ ଟିମ୍‌ ପଳାସପୁରରେ ଚଢ଼ାଉ କରି ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲ। ଏହି ସମୟ ରେ ସ୍ଥାନୀୟ ୨୦ ରୁ ୩୦ ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଫଳରେ ଆରପିଏଫ୍‌ କ୍ରାଇମବ୍ରାଞ୍ଚର ୨ କର୍ମଚାରୀ ଗୁରୁତର ହୋଇଥିଲେ । ଗୁରୁତର ଦ୍ୱୟଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।