ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଐତିହାସିକ ମ୍ୟାକ୍ସ ହାଷ୍ଟିଙ୍ଗସ ମୁଖ୍ୟତଃ ଦୁଇ ବିଶାଳ ନିଷ୍ଠୁର ଗୋଷ୍ଠୀ(ଆଡ୍‌ଲଫ ହିଟଲରଙ୍କ ନାଜି ସେନା ଓ ସୋଭିଏଟ୍‌ର ଜୋଶେଫ ଷ୍ଟାଲିନଙ୍କ ସେନା)ଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ମୃତ୍ୟୁଯୁଦ୍ଧ ଭାବେ ବର୍ଣ୍ଣନା କରିଥିଲେ। ଏହାବାଦ୍‌ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ବକ୍ତବ୍ୟ ଏବଂ ପାସିଫିକ ଯୁଦ୍ଧରେ ଜାପାନ ବିରୋଧରେ ଆମେରିକାର ସଂଘର୍ଷ ସମ୍ଭବତଃ ଗୌଣ ଥିଲା। ତେବେ ଆମ ସମୟରେ ବଡ଼ ପ୍ରତିଦ୍ୱନ୍ଦ୍ୱିତା ବିଶେଷକରି ଦୁଇ ଶକ୍ତି ଯଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚାଇନାର ପ୍ରତିପକ୍ଷ ଶି ଜିନ୍‌ପିନ୍‌ଙ୍କ ମଧ୍ୟରେ ଚାଲିଛି। ଆଉ ବିଶ୍ୱରେ ଯାହା ଚାଲିଛି ତାହା ସବୁ କୋଳାହଳପୂର୍ଣ୍ଣ ଅତିରିକ୍ତ ପ୍ରଦର୍ଶନ। ଆମେରିକା ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ତାହା ବିଶ୍ୱରେ ଆର୍ଥିକ ପ୍ରାଧାନ୍ୟ ପାଇଁ ପାଶ୍ଚାତ୍ୟ ଓ ଏସିଆ ମଧ୍ୟରେ ଏକ ଲଢ଼େଇ। ସାଧାରଣ ଭାବେ ଆମେ ପାଶ୍ଚାତ୍ୟ ବିରୋଧରେ ଆମ ଏସୀୟ ସାଥୀକୁ ସମର୍ଥନ କରିବା ଉଚିତ। କିନ୍ତୁ ମୋ ଅନୁଭବରୁ ଜାଣିଛି ଯେ, ଉଭୟ ଅସୁରକ୍ଷିତ। ତେବେ ଦେଖିବା ଚାଇନା ଏବେ କ’ଣ ଚାହଁୁଛି? ୧୯୯୧ରେ ଭାରତ ଯେତେବେଳେ ଉଦାରୀକରଣରେ ପ୍ରବେଶ କରିଥିଲା, ସେତେବେଳେ ଆର୍ଥତ୍କ ଦୃଷ୍ଟିରୁ ଆମେ ଚାଇନା ସ୍ତରରେ ଥିଲେ। ଭାରତର ହାରାହାରି ଉତ୍ପାଦ ଚାଇନାର ହାରାହାରି ଉତ୍ପାଦଠାରୁ ଯଥେଷ୍ଟ ବେଶି ଥିଲା। ଏହା ସତ ଯେ, ତାହାର ଏକ ଦଶନ୍ଧି ପୂର୍ବରୁ ଚାଇନା ନିଜର ପୁନର୍ଗଠନ କରି ଆସିଥିଲା, ଯାହା ଆମ ତୁଳନାରେ ଅଧିକ ଲାଭପ୍ରଦ ହୋଇଛି। ଏହା ଏଭଳି ଏକ ସ୍ଥିତିରୁ ଆରମ୍ଭ କରିଥିଲା, ଯାହା ଭାରତର ବହୁ ତଳେ ରହିଥିଲା। ଶିଳ୍ପ ଓ କୃଷିରେ ଏହା ଅନେକ ଦଶନ୍ଧି ଧରି ବିଶ୍ୱରୁ ଅଲଗା ରହିଥିଲା, ହେଲେ ଭାରତ ଏଭଳି ନ ଥିଲା। କିନ୍ତୁ ପରବର୍ତ୍ତୀ ୩୫ ବର୍ଷରେ ଚାଇନାର ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ୯ ପ୍ରତିଶତ ରହିଥିଲା। ପାଶ୍ଚାତ୍ୟରେ ଯେକୌଣସି ଦେଶ ହାସଲ କରିଥିବା ଆର୍ଥିକ ପ୍ରଗତିଠାରୁ ଏହା ଦ୍ରୁତତର ଥିଲା। ଗତ ଦଶ ବର୍ଷରେ ଚାଇନାର ଅଭିବୃଦ୍ଧି ମନ୍ଥର ହୋଇ ହାରାହାରି ୫.୮% ରହିଛି, ଯାହା ଭାରତର ଅଭିବୃଦ୍ଧି ସହ ସମାନ, କିନ୍ତୁ ଏହାର ଅର୍ଥ ବ୍ୟବସ୍ଥା ଭାରତଠାରୁ ୫ଗୁଣ ବଡ଼। ଯଦି ଚାଇନା ଆଗାମୀ ଦଶନ୍ଧିରେ ବିନା ବାଧାରେ ଅଭିବୃଦ୍ଧି ହାସଲ କରେ ତେବେ ଏହା ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ଆମେରିକାକୁ ପଛରେ ପକାଇ ଦେବ। ବିଶ୍ୱର ଦୁଇ ନମ୍ବର ଅର୍ଥ ବ୍ୟବସ୍ଥା ରୂପେ ଚାଇନା ୧୫୦ ବର୍ଷ ଧରି ନିଜର ପ୍ରାଧାନ୍ୟ ବିସ୍ତାର କରିଆସିଛି, ଯାହାକୁ ଆମେରିକା ଗ୍ରହଣ କରିପାରୁନାହିଁ। ପାଶ୍ଚାତ୍ୟ ରାଜନୈତିକ ବିଶେଷଜ୍ଞ ଜନ୍‌ ମିର୍ଶିମର କହନ୍ତି, ଚାଇନାର ଉତ୍‌ଥାନ ଯୁଦ୍ଧ ସୃଷ୍ଟି କରିବା ଅନିବାର୍ଯ୍ୟ। କାରଣ ପ୍ରଭୁତ୍ୱ ବଜାୟ ରଖିଥିବା ଗୋଟିଏ ଶକ୍ତିକୁ ଯେତେବେଳେ ଏକ ବିକାଶଶୀଳ ଦେଶ ହଟାଇବାକୁ ଯାଏ ସେତେବେଳେ ଯୁଦ୍ଧ ସୃଷ୍ଟି ହୁଏ(‘ଥୁସିଡିଡେସ ଟ୍ରାପ୍‌’ ସିଦ୍ଧାନ୍ତ ଅନୁଯାୟୀ)। ତେବେ ଆମେରିକା କେବେ ବି ଦ୍ୱିତୀୟ ସ୍ଥାନକୁ ଗ୍ରହଣ କରିବ ନାହିଁ ଏବଂ ଯେ କୌଣସି ଉପାୟରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବ। କେତେକେ ଯୁକ୍ତି ବାଢ଼ନ୍ତି ଯେ, ବିଗତ ଦୁଇ ଶତାବ୍ଦୀ ଧରି ୟୁରୋପ ଓ ଆମେରିକା ବୈଶ୍ୱିକ ବ୍ୟାପାରରେ ଯେଭଳି ହସ୍ତକ୍ଷେପ କରୁଛନ୍ତି ଏସୀୟ ଦେଶଗୁଡ଼ିକର ସେଭଳି ଆଗ୍ରହ ନାହିଁ। ସେମାନେ ମଧ୍ୟ ଭାବୁଛନ୍ତି, ଚାଇନାର ଉତ୍‌ଥାନ ବିଶ୍ୱରେ ଆମେରିକାର ଆଧାର କିମ୍ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌), ବିଶ୍ୱ ବ୍ୟାଙ୍କ ଓ ଜାତିସଂଘ ସୁରକ୍ଷା ପରିଷଦ ଭଳି ସଂସ୍ଥାଗୁଡ଼ିକରେ ଏହାର ଦୃଢ଼ ନିୟନ୍ତ୍ରଣ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏଣୁ ଚାଇନା ନମ୍ବର ଓ୍ବାନ ହେବାର ମାନେ କ’ଣ ଓ ତାହାର ମୂଲ୍ୟାୟନ କଲାବେଳେ ଆମେରିକା ଭଲ ଭାବେ ଚିନ୍ତା କରିବା ଉଚିତ। ଚାଇନା ଯେତେବେଳେ ଆମେରିକାକୁ ଟପିଯିବ ସେତେବେଳେ କିଭଳି କାମ କରିବ ତାହା କେହି ଜାଣନ୍ତି ନାହିଁ।
ବିଗତ ୮ ବର୍ଷ ହେବ ଚାଇନାର ଆର୍ଥିକ ପ୍ରଗତିକୁ ରୋକିବା ପାଇଁ ଆମେରିକା ଚେଷ୍ଟା କରିଛି। ଚାଇନା କମ୍ପାନୀଗୁଡ଼ିକ ଆଧୁନିକ ସେମିକଣ୍ଡକ୍ଟର ହାସଲ କରିବାର ବାଟ ବନ୍ଦ କରିଛି। ଚାଇନାର ରପ୍ତାନି ଉପରେ ଶୁଳ୍କ ଲଗାଇଛି। ଟ୍ରମ୍ପ ଦ୍ୱିତୀୟ ଥର ପୁନର୍ବାର କ୍ଷମତାକୁ ଫେରିବା ପରେ ତାଙ୍କ ପ୍ରଶାସନ ଅତ୍ୟଧିକ ଟାରିଫ୍‌ ଲଗାଇ ଚାଇନାକୁ ସମ୍ପୂର୍ଣ୍ଣ ଅଲଗା କରିଦେବାକୁ ଚେଷ୍ଟା କରିଛି। ଦୁର୍ଭାଗ୍ୟଜନକ, ଆମେରିକା ସେଥିରେ ବିଫଳ ହୋଇଛି। ଷ୍ଟକ୍‌ ଆଣ୍ଡ୍‌ ବଣ୍ଡ୍‌ ମାର୍କେଟ ସ୍ପଷ୍ଟ ଭାବେ ଟ୍ରମ୍ପଙ୍କୁ ଦର୍ଶାଇଛି ଯେ, ଚାଇନାକୁ ଅଲଗା କରିବାର କୌଣସି ପଦକ୍ଷେପ ଆମେରିକା ଅର୍ଥ ବ୍ୟବସ୍ଥାକୁ କ୍ଷତି କରିବ, ଯାହା ଟ୍ରମ୍ପଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଛି। ଚାଇନା ପାଖରେ ଏବେ ଯେତିକି ସମୟ ରହିଛି, ମୁଁ ବିଶ୍ୱାସ କରୁଛି, ତାହା ଲକ୍ଷ୍ୟ ପୂରଣ କରିବାକୁ ଯଥେଷ୍ଟ। ଟ୍ରମ୍ପ ପ୍ରଶାସନର ଧ୍ୟାନ ଏବେ ବାଣିଜ୍ୟରୁ ଟିକସ ହ୍ରାସ ଆଡ଼କୁ ଚାଲିଗଲାଣି ଏବଂ ଚଳିତ ବର୍ଷର ଅବଶିଷ୍ଟ ସମୟରେ ଏଥିରେ ମୁଣ୍ଡ ଖଟାଇବ। ଆମେରିକା କଂଗ୍ରେସ ପାଇଁ ୨୦୨୬ରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଯାଉଛି। ଫଳରେ ବିଗତ କିଛି ମାସରେ ଟ୍ରମ୍ପ ବାଣିଜ୍ୟ ଉପରେ ବେଖାତିର ଭାବେ ଯେଉଁ ଭଳି ସବୁ କାମ କରିଛନ୍ତି ତାହା କ୍ରମଶଃ କମିଯିବ। ଏହାଦ୍ୱାରା ଚାଇନାକୁ ଅଧିକ ସମୟ ମିଳିଯିବ। ଟ୍ରମ୍ପଙ୍କ ବାଣିଜି୍ୟକ ପଦକ୍ଷେପର ବିଫଳତାକୁ ଦେଖିଲେ, ୨୦୨୮ ପରେ ତାଙ୍କ ଉତ୍ତରାଧିକାରୀ ସମ୍ଭବତଃ ସମାନ ପଥ ଅନୁସରଣ କରିବେ ନାହିଁ। ଦେଖିବାକୁ ଗଲେ ଗତ ୮ ବର୍ଷ ହେଲା ଚାଇନା ବାଣିଜ୍ୟ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିଛି। ଶିଳ୍ପକୁ ଅତ୍ୟଧିକ ପୁଞ୍ଜି ଆସିବା ପାଇଁ ଲଗାତର ଭାବେ ଚେଷ୍ଟା କରିଛି। ଆମେରିକା ବାହାରେ ସେମାନଙ୍କ ରପ୍ତାନି ସାମଗ୍ରୀଗୁଡ଼ିକ ପାଇଁ ବଜାର ସୃଷ୍ଟି କରିବାକୁ ଚେଷ୍ଟା କରିବା ସହ ଚୁକ୍ତି ମାଧ୍ୟମରେ ଆଫ୍ରିକା ଓ ଲାଟିନ ଆମେରିକାରେ ସେମାନଙ୍କ ଯୋଗାଣ ଚେନ୍‌କୁ ସଂଗଠିତ କରିଛନ୍ତି।
ଆସିଆନ ଏବଂ ୟୁରୋପୀୟ ସଂଘ ପରେ ବର୍ତ୍ତମାନ ଚାଇନାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର ହେଉଛି ଆମେରିକା। ଭବିଷ୍ୟତ ପାଇଁ ଉପଯୋଗୀ ଟେକ୍‌ନୋଲୋଜି କ୍ଷେତ୍ରରେ ଆହୁରି ଆଗକୁ ଯିବା ଲାଗି ଚାଇନା ତା’ଗତିକୁ ବଢ଼ାଇଛି। ଲାଭ ଏଇଆ ହୋଇଛି, ଟ୍ରମ୍ପଙ୍କ ଆମେରିକା ଶି’ଙ୍କ ଚାଇନା ତୁଳନାରେ ପଛକୁ ହଟିଛି। ଯେଉଁ ସ୍ଥିତି ଅଛି ଯଦି ତାହା ଜାରି ରହେ, ତେବେ ୨୦୦ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ବଡ଼ ଆର୍ଥିକ ଶକ୍ତି ପାଶ୍ଚାତ୍ୟର ଦେଶ ନୁହେଁ, ବରଂ ଏସୀୟ ଦେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri