କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବାଉଁଶୁଳି–ଚମ୍ପୁଆ ରାସ୍ତାର ଗିଧିବାସ ଗ୍ରାମ ନିକଟରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ କାରରେ ରହିଥିବା ଜଣେ ମହିଳା ଆହତ ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଘଟଣା ସ୍ଥଳରେ ବାରିଆ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛି । ଚମ୍ପୁଆ ପଟୁ ଏକ କାର (ଓଡ଼ି ୦୨ ସି ଜେ ୧୫୯୦ ) ଆସୁଥିବା ବେଳେ ଉଖୁଣ୍ଡା ପଟୁ ଆସୁଥିବା ଏକ ବାଇକ (ଜେଏଚ ୦୬ ପି/ ୦୫୯୫) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକଟି ଛିଟିକି ରାସ୍ତା କଡ଼ ପଡିଆରେ ପଡ଼ିଥିଲା। ଘଟଣାସ୍ଥଳରେହିଁ ଦୁଇ ଜଣ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ପୋଲିସ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି ।