ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା: ୫ ମୃତ

ପ୍ୟାରିସ୍‌, ୧୧।୧୦: ଫ୍ରାନ୍ସରେ ମଝି ଆକାଶରେ ୨ ଛୋଟ ବିମାନ ମଧ୍ୟରେ ଧକ୍କା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ୟାରିସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଆକାଶରେ ଧକ୍କା ହେବା ପରେ ଗୋଟିଏ ବିମାନ ଏକ ଘର ନିକଟରେ ଖସି ପଡ଼ିଥିଲା। ଫଳରେ ଏଠାରେ ଥିବା କେତେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ବିମାନଟି ଖୋଲା ପଡ଼ିଆରେ ଖସି ପଡ଼ିଥିତ୍ଲା। ଖବର ପାଇ ୩୦ରୁ ଅଧିକ ପୋଲିସ ଏବଂ ୫୦ ଦମକଳ ବାହିନୀ ଉଭୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share