ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଉର୍ମିଳା ରାଉତ(୪୯) ଏବଂ ସ୍ବର୍ଗତ କାଶୀନାଥ ପ୍ରଧାନଙ୍କ ପୁଅ ଗୋପୀନାଥ ପ୍ରଧାନ(୬୦) ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ରବିବାର ଭୋର ପ୍ରାୟ ୬ ଟାରେ ଏହି ଦୁଃଖଦ ଘଟଣା ଘଟିଛି ।

ଉଭୟେ ଗାଁ ନିକଟ ପରିବା ବଗିଚାରେ କାମ କରୁଥିବା ବେଳେ ନିକଟସ୍ଥ ଘୋଡ଼ାହାଡ଼ ନଦୀ ପଠାରୁ ହାତୀଟି ବାଡ଼ ଭିତରକୁ ଆସି ଉଭୟଙ୍କୁ ଗୋଡ଼ାଇ ଥିଲା। ପ୍ରାଣ ଭୟରେ ଉଭୟେ ଦୌଡୁଥିବା ବେଳେ ଜମିହିଡ ରାସ୍ତାରେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଲୋକେ ପାଟି କରୁଥିଲେ ମଧ୍ୟ ପ୍ରଥମେ ହାତୀଟି ଉର୍ମିଳାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ଗୋପୀନାଥଙ୍କୁ ଗୋଡ଼ାଇ ହାତୀ ତାର ଶୁଣ୍ଢରେ ଦୁଇଥର କିଛିଦୂରକୁ ଫୋପାଡି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏନେଇ ଏତଲା ହେବାପରେ ଦିଗପହଣ୍ଡି ପୋଲିସ ୭/୨୬ ଏବଂ ୮/୨୬ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ହେବାପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଗତ ପ୍ରାୟ ୧ ମାସ ହେଲା ହାତୀଟି ଗଜପତି ଜିଲା ଲଖାରୀ ହାତୀ ଅଭୟାରଣ୍ୟରୁ ଗୋଠ ଛଡ଼ା ହୋଇ ଗଜପତି ଜିଲା ତପ୍ତପାଣି ନିକଟ ଝାଟିକାବାଡ଼ ଜଙ୍ଗଲ ଦେଇ ଗଞ୍ଜାମ ଜିଲା ଭୀଷ୍ମଗିରି, ଚଷାନିମଖଣ୍ଡି, ସହଦେବ ଟିକରପଡ଼ା, ନିମଖଣ୍ଡି ପେଣ୍ଠ ପ୍ରଭୃତି ଇଲାକାରେ ଆତଙ୍କ ଚଳାଇଥିଲା। ଚନ୍ଦ୍ରଗିରି ରେଞ୍ଜ ଭୀଷ୍ମଗିରି ସେକ୍ସନ ଅଧିନ ବନ କର୍ମଚାରୀ ବୃନ୍ଦ ତାଲିମପ୍ରାପ୍ତ ହାତୀ ଟ୍ରାକରଙ୍କ ସହାୟତାରେ ହାତୀକୁ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଥିଲେ । ହାତୀଟି ପୁଣି ଜଙ୍ଗଲରୁ ଫେରି ଆସିଥିବା ସନ୍ଦେହ କରାଯାଉଛି।

ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ରେଖାଙ୍କିତ ଜଙ୍ଗଲରେ  ୪ ହାତୀ ରହୁଛନ୍ତି । ଏହି ପଲରୁ ଜଲମେରୀ ପଲ୍ଲୀ ଅଞ୍ଚଳକୁ ହାତୀ ଯାଇଛି କି ନାହିଁ ସେନେଇ ବନ କର୍ମଚାରୀ ମାନଙ୍କ ପକ୍ଷରୁ ଟ୍ରାକିଂ ଚାଲିଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି। ଅପରପକ୍ଷରେ ଆବଶ୍ୟକ ପାଣି ଓ ଖାଦ୍ୟାଭାବ କାରଣରୁ ହାତୀ ଜନବସତିକୁ ମାଡି ଆସୁଛନ୍ତି । ବିଗତ ୨୦ ବର୍ଷ ମଧ୍ୟରେ ବ୍ୟାପକ ଜଙ୍ଗଲ ନଷ୍ଟ ସହ ହାତୀ ଭଳି ବନ୍ୟଜନ୍ତୁଙ୍କ ବାସସ୍ଥଳୀ ନଷ୍ଟ କରାଯାଇ ସଂରକ୍ଷିତ ଲଖାରୀ ହାତୀ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ଅନେକ ଜନବସତି ଗଢ଼ି ଉଠିଥିବା ଜାଣିବାକୁ ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri