ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮: ସ୍ୱାଧୀନତା ଦିବସ ଅବସରରେ  ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ସିଭିଲ ଡିଫେନ୍ସ (HG &CD) ଏବଂ କରେକ୍ସନାଲ୍ ସେବାର ମୋଟ ୧୦୯୦ ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକରେ ସମ୍ମାନିତ କରାଯିବ। ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସ୍‌ପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ଏସ୍‌ଆଇ  ଅମରେଶ ନରେନ୍ଦ୍ର, କନଷ୍ଟେବଳ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ। OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗ, କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ପଦକ ମିଳିବ।

ମୋଟ ୨୩୩ ଜଣ କର୍ମଚାରୀଙ୍କୁ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ଏହି ମର୍ଯ୍ୟାଦାଜନକ ପଦକ ମିଳିବ। ଏମାନଙ୍କ ମଧ୍ୟରୁ ୨୨୬ ଜଣ ପୋଲିସ ସେବାରୁ ୬ ଜଣ ଅଗ୍ନିଶମ ସେବାରୁ ଏବଂ ଜଣେ HG&CDରୁ ରହିଛନ୍ତି।

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ (PSM):

ଏହି ପଦକ ୯୯ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅନୁକରଣୀୟ ଏବଂ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯିବ। ପୋଲିସ ସେବାରୁ ୮୯ ଜଣ, ଅଗ୍ନିଶମ ସେବାରୁ ୫ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୩ ଜଣ ଏବଂ କରେକ୍ସନାଲ୍ ସେବାରୁ ୨ ଜଣ ଅନ୍ତର୍ଭୁକ୍ତ।

ମେରିଟୋରିଆସ୍ ସେବା ପାଇଁ ପଦକ (MSM):

ମୋଟ ୭୫୮ ଜଣ କର୍ମଚାରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଏବଂ ଗୁଣାତ୍ମକ ସେବା ପାଇଁ ଏହି ପଦକ ସହିତ ସମ୍ମାନିତ କରାଯିବ। ପୋଲିସ ସେବାରୁ ୬୩୫ଜଣ, ଅଗ୍ନିଶମ ସେବାରୁ ୫୧ ଜଣ, ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡରୁ ୪୧ ଜଣ ଏବଂ କରେକ୍ସନାଲ୍ ସେବାରୁ ୩୧ ଜଣଙ୍କୁ ସମ୍ମାନିତ କରାଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri