ପୁଣି ୨ କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ …

ସିଓଲ, ୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ପୁଣି ଥରେ ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆ ଏବଂ ଜାପାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉତ୍ତର କୋରିଆ ସମୁଦ୍ରକୁ ଆଉ ଦୁଇଟି ସନ୍ଦେହଜନକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଏହା ସହିତ ଉତ୍ତର କୋରିଆ ଦ୍ୱାରା ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ସଂଖ୍ୟା ଦୁଇ ସପ୍ତାହ ମଧ୍ୟରେ ୪ କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ସ୍‌ କହିଛନ୍ତି ଯେ ଉତ୍ତର କୋରିଆ ସୁନାନ ନାମକ ଅଞ୍ଚଳରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏଠାରେ ଏକ ଆନ୍ତର୍ଜାତୀୟ ବିମାନବନ୍ଦର ରହିଛି। ଏହି କ୍ଷେପଣାସ୍ତ୍ର କେତେ ଦୂର ଯାଇଛି ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ ସଠିକ୍‌ ଭାବେ କୌଣସି ସୂଚନା ପ୍ରଦାନ କରି ନାହିଁ।

ଜାପାନ ଏହା ମଧ୍ୟ କହିଛି ଯେ ଏହି ଉତକ୍ଷେପଣ ବିଷୟରେ ସୂଚନା ମିଳିଛି ଏବଂ ଏହି କ୍ଷେପଣାସ୍ତ୍ରଗୁଡ଼ିକ ବିଷୟରେ ସୂଚନା ସଂଗ୍ରହ ପାଇଁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିସି କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ ବାହାରେ ପଡିଛି।

ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହିରୋକାଜୁ ମାତ୍ସୁନୋ କହିଛନ୍ତି ଯେ ଜାପାନ ତଥା ଅନ୍ତର୍ଜାତୀୟ ସମୁଦାୟ ଉପରେ ପ୍ରଭାବ ପକାଇଥିବା ଉତ୍ତର କୋରିଆର ସମସ୍ତ କାର୍ଯ୍ୟକୁ ଆମେ ଦୃଢ଼ ନିନ୍ଦା କରୁଛୁ।
ଗତ କିଛି ମାସ ମଧ୍ୟରେ ଉତ୍ତର କୋରିଆ ନୂତନ କ୍ଷେପଣାସ୍ତ୍ରର ପରୀକ୍ଷଣକୁ ତ୍ୱରାନ୍ବିତ କରିଛି।

କେତେକ ବିଶେଷଜ୍ଞ କହିଛନ୍ତି ଯେ କିମ ଜୋଙ୍ଗ ପୁନର୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ରଣନୀତିକୁ ଫେରି ଆସୁଛନ୍ତି। ଯାହାଦ୍ୱାରା ସେ କ୍ଷେପଣାସ୍ତ୍ର ପରୀକ୍ଷା ମାଧ୍ୟମରେ ଧମକ ଦେଇ ଆମେରିକା ଏବଂ ପଡୋଶୀ ଦେଶ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହାପରେ ବୁଝାମଣା କରିବାକୁ ପ୍ରସ୍ତାବ ଦେବାର ଆଶା ମଧ୍ୟ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି।

ବେଜିଂର ହାତ ପ୍ୟୋଙ୍ଗୟାଙ୍ଗର ଉତ୍ତେଜନାମୂଳକ ପଦକ୍ଷେପ ପଛରେ ରହିଥିବାରୁ ଅନୁମାନ କରାଯାଉଛି ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଚାଇନା ଉତ୍ତର କୋରିଆକୁ ଆର୍ଥିକ ଏବଂ ସାମରିକ ଭାବରେ ଆବଶ୍ୟକ ସହାୟତା ଯୋଗାଇ ଦେଉଥିବାରୁ ଅଭିଯୋଗ ମଧ୍ୟ ହେଉଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri