ପୂର୍ବ ଉପକୂଳବର୍ତ୍ତୀ ସମୁଦ୍ରରେ ୨ ମାସିଆ କଟକଣା

ପାରାଦୀପ,୧୫ା୪(ସ୍ବ.ପ୍ର.): ଓଡ଼ିଶାର ୪୮୦ କିମି ପୂର୍ବ ଉପକୂଳ ସମୁଦ୍ରରେ ଶୁକ୍ରବାରଠାରୁ ୨ ମାସିଆ ସାମୁଦ୍ରିକ କଟକଣା ଲାଗୁ ହୋଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ ଉପରେ ବାରଣ କରାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଏନେଇ ନୋଟିସ(୧୦୩୩) ଜାରି କରାଯାଇଛି। ସାମୁଦ୍ରିକ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଓ ସୁପରିଚାଳନା ପାଇଁ ଏହି କଟକଣା ଲଗାଯାଇଛି ବୋଲି ସେଥିରେ ଦର୍ଶାଯାଇଛି। ଫଳରେ ୨ମାସ ପର୍ଯ୍ୟନ୍ତ ଓଡ଼ିଶାର ସର୍ବବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମେତ କଟକଣା ପରିଧି ମଧ୍ୟରେ ଆସୁଥିବା ଅନ୍ୟାନ୍ୟ ଅଞ୍ଚଳରେ ମାଛ ଧରା ବନ୍ଦ ରହିବ। ଏଥିଯୋଗୁ ମତ୍ସ୍ୟ ଶିଳ୍ପ ଉପରେ ନିର୍ଭରଶୀଳ ବହୁ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ମାତ୍ର ଏହି କଟକଣାକୁ ବିରୋଧ କରାଯିବ ନାହିଁ ବୋଲି ଟ୍ରଲର ମାଲିକ ଅରବିନ୍ଦ ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ସମୁଦ୍ରରେ ଏପ୍ରିଲରୁ ଜୁନ ମଧ୍ୟରେ ମାଛଙ୍କ ପ୍ରଜନନ ସମୟ ହୋଇଥାଏ। ଏହି ସମୟରେ ମାଛ ଧରିଲେ ତାଙ୍କର ଜୀବନଚକ୍ର ପ୍ରଭାବିତ ହୋଇଥାଏ। ଏପରି କି ମା’ ଓ ଛୁଆ ମାଛ ଜାଲରେ ପଡି ମରିଯାଆନ୍ତି। ଯାଆଁଳ ରହିଲେ ବର୍ଷା ଋ଼ତୁରେ ବଡ ହୋଇଥାନ୍ତି। ପରବର୍ତ୍ତୀ ସମୟରେ ତାହା ମତ୍ସ୍ୟଜୀବୀଙ୍କ ପାଇଁ ଲାଭଦାୟକ ହୋଇଥାଏ।
ମାଛଧରା ବନ୍ଦରରେ ଏବେ ୫୯୯ ବୃହତ୍‌ ଟ୍ରଲର ଓ ୨୫୦ରୁ ଅଧିକ ଯନ୍ତ୍ର ଚାଳିତ ଡଙ୍ଗା ରହିଛି। ଏସବୁ ବୋଟ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୪୦ ହଜାର ଲୋକ ରୋଜଗାର କରିଥାନ୍ତି। ୨୦୧୭ ପୂର୍ବରୁ ସାମୁଦ୍ରିକ କଟକଣା ୪୫ ଦିନ ଥିଲା। ୨୦୧୭ ମାର୍ଚ୍ଚ ୨୯ରେ ସରକାର ଏଥିରେ ପରିବର୍ତ୍ତନ କରି ନୂଆ ବିଜ୍ଞପ୍ତି(୪୦୩୮)ଲାଗୁ କରିଥିଲେ। ସେତେବେଳ କଟକଣା ସମୟ ବଢ଼ାଇ ୨ ମାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri