ଦୁଇମିନିଟିଆ ଉପସ୍ଥାପନା

ଆକାର ପଟେଲ

ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଚଳିତ ସପ୍ତାହରେ ରିପୋର୍ଟ କରିଛି ଯେ, ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ୫୦ ଜଣ ଅଧିକାରୀଙ୍କଠାରୁ ଇନପୁଟ୍‌ (ମତାମତ) ନେଇଛନ୍ତି। ଉକ୍ତ ବୈଠକରେ ଅର୍ଥ ଓ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତି ଉପରେ ୯୦ ମିନିଟ୍‌ ଭିତରେ ନିଜ ନିଜର ମତ ଓ ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ଯଦି ସମସ୍ତ ୫୦ ଜଣ ଅଧିକାରୀ ଇନପୁଟ୍‌ ଦେବାର ସୁଯୋଗ ପାଇଥିବେ, ପ୍ରତ୍ୟେକଙ୍କୁ ଦୁଇ ମିନଟରୁ କମ୍‌ ସମୟ ମିଳିଥିବ। ପୁଣି କେହି ଜଣେ ବୈଠକର ଉଦ୍ଦେଶ୍ୟ ଓ ଏଜେଣ୍ଡା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିବେ। ତେଣୁ ପ୍ରତ୍ୟେକେ ଦୁଇ ମିନିଟ୍‌ ସମୟ ପାଇବା ସମ୍ଭବ ନୁହେଁ। ବୋଧହୁଏ ସେମାନଙ୍କ ମଧ୍ୟରୁ ଅନେକେ ଆଦୌ କହିବାର ସୁଯୋଗ ପାଇ ନ ଥିବେ। ଯଦି କହିଥିବେ, ଅର୍ଥନୀତି ସମ୍ବନ୍ଧରେ ଜଣେ ବିଶେଷଜ୍ଞ ଦୁଇ ମିନଟରେ କ’ଣ କହିପାରିବେ?
ଏଏନ୍‌ଆଇ କହିଛି ଯେ ଖାଉଟିଙ୍କ ଚାହିଦା ହ୍ରାସ ହେତୁ ଗତ ତ୍ରିମାସୀଗୁଡ଼ିକରେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏହି ସମସ୍ୟାରୁ ଦେଶର ଅର୍ଥନୀତିକୁ କିପରି ଶୀଘ୍ର ପୁନରୁଦ୍ଧାର କରାଯାଇପାରିବ ତାହାର ଉପାୟ ବିଷୟରେ ଆଲୋଚନା କରିବା ଉକ୍ତ ବୈଠକର ଲକ୍ଷ୍ୟ ଥିଲା। ତେବେ ଦୁଇ ମିନିଟ୍‌ରେ କି ନିଦାନ ଦିଆଯାଇପାରିବ?
ଏପରି ଦୁଇମିନଟିଆ ଉପସ୍ଥାପନାରେ ବିଶଦ ବିବରଣୀ ରହିବ ନାହିଁ। ପ୍ରସ୍ତାବ ଅନୁଯାୟୀ କାମ କଲେ କି ସମସ୍ୟା ଆସିପାରେ ଏବଂ କାର୍ଯ୍ୟକାରୀ କରିବା ସମୟରେ ବି କି କି ଭୁଲ୍‌ ହୋଇପାରେ ସେଗୁଡ଼ିକ ଏଥିରେ ସ୍ଥାନ ପାଇପାରିବ ନାହିଁ। ଏଥିପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ। ଏଥିରେ କେବଳ ଗୋଟିଏ ପ୍ରକାର ସମାଧାନ ପାଇଁ ପ୍ରସ୍ତାବ ଆସିବ ଏବଂ ଯଦି ତାହା ଏକ ସ୍ଥାୟୀ ସମାଧାନ ପରି ମନେହୁଏ ଏବଂ ବିଶେଷତଃ ଯଦି ଏହା ମୌଳିକ ଓ ଅଭିନବ ଚିନ୍ତାଧାରା ପରି ଲାଗେ, ତେବେ ଏହା ଅନୁମୋଦନ ଲାଭ କରିବ।
ଏହା ହେଉଛି ତ୍ୱରିତ ମତାମତ ଓ ତରବରିଆ ନିଷ୍ପତ୍ତି ନେବାର ସମସ୍ୟା। କିନ୍ତୁ ଯେତେବେଳେ ୫୦ ଜଣଙ୍କୁ ଏକତ୍ର ଏକ ବୈଠକରେ ଯୋଗଦେଇ ସଂକ୍ଷିପ୍ତ ଏବଂ ବୁଦ୍ଧିଦୀପ୍ତ ଇନ୍‌ପୁଟ ଦେବାକୁ କୁହାଯାଏ, ତେବେ ନିଶ୍ଚୟ ଏହା ପସନ୍ଦଯୋଗ୍ୟ କାର୍ଯ୍ୟଶୈଳୀ ବୋଲି ମନେହେବ। ମୋଦିଙ୍କ ଏପରି ଶାସନଶୈଳୀ ବିଷୟରେ ମୁଁ ପୂର୍ବରୁ ଲେଖିଛି। ସେ ମଧୁ କିଶୋରଙ୍କ ସହ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ସେ ଫାଇଲ ପଢ଼ନ୍ତି ନାହିଁ, କାରଣ ସେ ଏକାଡେମିକ୍‌ ଅଧ୍ୟୟନ ମାଧ୍ୟମରେ ଶାସନ କରିପାରିବେ ନାହିଁ। ସେ ଚାହାନ୍ତି ତାଙ୍କ ଲୋକମାନେ କୌଣସି ସମସ୍ୟାକୁ ଦୁଇମିନିଟ୍‌ର ସାରାଂଶରେ ଉପସ୍ଥାପନ କରନ୍ତୁ ଯାହାକୁ ସେ ହଜମ କରିବେ ଏବଂ ତା’ପରେ ନିଷ୍ପତ୍ତି ନେବେ।
ଏଠାରେ ସମସ୍ୟା ହେଉଛି କିଛି ଜିନିଷ ବହୁତ ଜଟିଳ, ଯାହାକୁ ସାର-ସଂକ୍ଷେପରେ ଉପସ୍ଥାପନ କରାଯାଇପାରିବ ନାହିଁ। ଅନେକ ଜିନିଷ ସ୍ପଷ୍ଟ ନୁହେଁ। ଅନେକ ବିବରଣୀ ଠିକ୍‌ ନୁହେଁ, କାରଣ ସେଠାରେ ପର୍ଯ୍ୟାପ୍ତ ସୂଚନା କିମ୍ବା ତଥ୍ୟ ନାହିଁ। ଅନେକ ନିଷ୍ପତ୍ତିର ସମ୍ଭାବ୍ୟ ପରିଣାମଗୁଡିକ କ’ଣ ହୋଇପାରେ ତାହା ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ବିନା ବୁଝି ହେବ ନାହିଁ। କଳାଟଙ୍କା ଏହିପରି ଏକ ପ୍ରସଙ୍ଗ ଥିଲା, ଯେଉଁଥିପାଇଁ ବିମୁଦ୍ରୀକରଣ ପରି ଅଦୂରଦର୍ଶୀ ତରବରିଆ ନିଷ୍ପତ୍ତି ନିଆଗଲା। କୋଭିଡ୍‌ ଭଳି ଚାଇନା ସମ୍ପର୍କ ଅନ୍ୟ ଏକ ପ୍ରସଙ୍ଗ। ଦୁଇମାସ ଲକ୍‌ଡାଉନ୍‌ର ପ୍ରଭାବ ମଧ୍ୟ ଜଟିଳ। ଏହା ଅର୍ଥବ୍ୟବସ୍ଥା ପାଇଁ କ’ଣ କ୍ଷତି କରିପାରିବ ତାହା ଅତି ଯତ୍ନର ସହିତ ପରୀକ୍ଷା କରାଯିବା ଆବଶ୍ୟକ ଏବଂ ବିମୁଦ୍ରୀକରଣ କିମ୍ବା ସମୁଦାୟ ଲକ୍‌ଡାଉନ୍‌ ଭଳି କନ୍ଥରା ଅସ୍ତ୍ର ବ୍ୟବହାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ।
ଏଠାରେ ମୋର ଉଦ୍ଦେଶ୍ୟ ଅନାବଶ୍ୟକ ସମାଲୋଚନା କିମ୍ବା ଅବମାନନା କରିବା ନୁହେଁ। ମୋଦି ଯାହା ନିଷ୍ପତ୍ତି ନିଅନ୍ତି ତାହା ଆମ ସମସ୍ତଙ୍କୁ ପ୍ରଭାବିତ କରିଥାଏ ଏବଂ ଏହି ସମୟରେ ଆମ ଦେଶ ତଥା ଏହାର ଲୋକଙ୍କ ସ୍ବାର୍ଥରେ କ’ଣ କରାଯାଇପାରିବ ତାହା ଆମକୁ ନିଶ୍ଚୟ ଦେଖିବା ଉଚିତ। ତେବେ ଏପରି ନିଷ୍ପତ୍ତି ଗ୍ରହଣ ଶୈଳୀକୁ ପରୀକ୍ଷା କରାଯିବା ଆବଶ୍ୟକ। ଏଠାରେ ଆଉ ଏକ ରିପୋର୍ଟ ଉପସ୍ଥାପନ କରୁଛି, ଯାହା ଜୁଲାଇ ୧୮ରେ ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶ ପାଇଛି। ଶୀର୍ଷକ ହେଉଛି: ହଠାତ୍‌ ଲକ୍‌ଡାଉନ୍‌ ଯୋଗୁ ଉତ୍ପାଦଗୁଡ଼ିକର ସରବରାହ ବାଧାପ୍ରାପ୍ତ ହେବାରୁ ନିର୍ମାତାମାନେ ହତାଶ ହୋଇପଡ଼ିଛନ୍ତି। ଉକ୍ତ ରିପୋର୍ଟରେ ଗୋଟିଏ ଉଦାହରଣ ଦିଆଯାଇଛି। ଜୁଲାଇ ୧୩ ତାରିଖ ରାତି ୮ଟାରେ କର୍ନାଟକ ସରକାର ପରଦିନ ଅର୍ଥାତ୍‌ ୧୪ରୁ ଲକ୍‌ଡାଉନ ଘୋଷଣା କରି ଶିଳ୍ପଗୁଡ଼ିକୁ ବନ୍ଦ କରିବାକୁ କହିଦେଲେ। ଟୟୋଟା ପରି ଅଟୋମୋବାଇଲ୍‌ ନିର୍ମାତା ସମେତ କମ୍ପାନୀଗୁଡିକ ସେମାନଙ୍କ ଶ୍ରମିକମାନଙ୍କୁ ଘରକୁ ଯିବାକୁ କହିଦେଲେ ଏବଂ ବିକ୍ରେତାମାନଙ୍କୁ ମଧ୍ୟ ସୂଚନା ଦେଇଦେଲେ। କିନ୍ତୁ ପରଦିନ ସାରେ ସରକାର ଅନ୍ୟ ଏକ ସର୍କୁଲାର ଜାରି କରି କହିଲେ ଯେ ନିର୍ମାତାମାନଙ୍କୁ ଲକ୍‌ଡାଉନରୁ ଛାଡ଼ କରାଗଲା। କିନ୍ତୁ ସେତେବେଳକୁ ଶ୍ରମିକମାନେ ଯାଇ ସାରିଥିଲେ। ଗୋଟିଏ ସପ୍ତାହର ଉତ୍ପାଦନ ନଷ୍ଟ ହୋଇଗଲା।
ଅନ୍ୟ ଏକ ସମସ୍ୟା ହେଉଛି ଯୋଗାଣ ଶୃଙ୍ଖଳା। ଗାଡ଼ି ନିର୍ମାଣ କାମ ସବୁ ଗୋଟିଏ ସ୍ଥାନରେ ହୁଏ ନାହିଁ। ମୁଖ୍ୟ କାରଖାନାରେ କେବଳ ଯୋଡ଼ାଯୋଡ଼ି କରାଯାଏ କିନ୍ତୁ ପାର୍ଟଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରୁ ଆସିଥାଏ। କେତେକ ରାଜ୍ୟରେ ଲକ୍‌ଡାଉନ୍‌ ହୋଇଥିଲା ବେଳେ ମୁଖ୍ୟ କାରଖାନା ଲକଡାଉନ୍‌ରୁ ମୁକ୍ତ ହେଲେ ବି ଲକ୍‌ଡାଉନ ଥିବା ରାଜ୍ୟରୁ ପାର୍ଟ ଆସି ନ ପାରିବାରୁ ଉତ୍ପାଦନ ହୋଇପାରିଲା ନାହିଁ। ତାମିଲନାଡୁ, ମହାରାଷ୍ଟ୍ର, ବିହାର, ବଙ୍ଗଳା, କର୍ନାଟକ, ଉତ୍ତରପ୍ରଦେଶ, ଓଡ଼ିଶା, ଆସାମ ଏବଂ ଅନ୍ୟାନ୍ୟ ସ୍ଥାନରେ ଲକ୍‌ହାଉନ ଘୋଷଣା ହୋଇଥିଲା। କିନ୍ତୁ ଯୋଗାଣ ଶୃଙ୍ଖଳା ଜାରି ରଖିବାକୁ କୌଣସି ସମନ୍ବୟ ନ ଥିଲା। ଲକ୍‌ଡାଉନ୍‌ ଦ୍ୱାରା ଅର୍ଥନୀତିରେ ହୋଇଥିବା କ୍ଷୟକ୍ଷତିର ଭରଣା କରିବା ଆମ ପାଇଁ ସହଜ ହେବ ନାହିଁ ଏବଂ ଏହାର ସମାଧାନ ଦୁଇ ମିନିଟ୍‌ର ଉପସ୍ଥାପନାରୁ ମିଳିପାରିବ ନାହିଁ।

aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri