ପାଟଣା, ୯।୫(ବୀର କିଶୋର ଦାଶ): ଗତ ୪/୫ଦିନ ତଳେ ୪ଟି ଦନ୍ତା ହାତୀପାଟଣା ରେଞ୍ଜ ମଲ୍ଲିପଶି ବିଟରେ ଡେରା ପକାଇ ଥିବାବେଳେ ହାତୀଙ୍କୁ ଠେଙ୍ଗାରେ ପିଟିବା, ଲାଞ୍ଜ ଟାଣିବା, ଡ୍ରୋନ ସାହାଯ୍ୟରେ ହାତୀପଲଙ୍କ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡିବା ଭଳି ଅପରାଧରେ ପାଟଣା ବନ ବିଭାଗ ୨ନାବାଳକଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଗିରଫ କରିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୯ଓ୫୨ କୁ ଉଲଂଘନ କରିବା ଅପରାଧରେ ଉଭୟଙ୍କୁ ଗିରଫ କରିଛି ପାଟଣା ବନ ବିଭାଗ। ଗିରଫ ୨ନାବାଳକ ହେଉଚାନ୍ତି କଣ୍ଟିଆପଡ଼ା ଗ୍ରାମର ଲଷ୍ମୀଧର ନାଏକଙ୍କ ପୁଅ ମଳୟ ରଞ୍ଜନ ନାଏକ ଏବଂ ଷଡ଼ଙ୍ଗବହାଳି ଗ୍ରାମର ରସାନନ୍ଦ ମହାନ୍ତଙ୍କ ପୁଅ ଚନ୍ଦ୍ରଶେଖର ମହାନ୍ତ । ଉଭୟଙ୍କୁ ଏସିଏଫଙ୍କ ଜିମାରେ ରଖାଯାଇଛି। ଉଭୟଙ୍କୁ ଜୁଭେଲାଇନ କୋର୍ଟକୁ ପଠାଯିବ। ତାଙ୍କ ପାଖରୁ ବନ ବିଭାଗ ଜଙ୍ଗଲୀ ହାତୀଙ୍କ ଭିଡିଓ ଉତ୍ତୋଳନ କରିଥିବା ମୋବାଇଲ ଫୋନ ଜବତ କରିଛି।