Posted inଖେଳ

ଦ୍ୱିତୀୟ ଦିନରେ ଭାରତକୁ ଦୁଇ ପଦକ

ଭୋପାଳ,୨୪ା୩ (ପି.ଟି.):ଭୋପାଳରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଦ୍ୱିତୀୟ ଦିବସରେ ଭାରତ ଦୁଇଟି ପଦକ ହାସଲ କରିଛି। ପ୍ରଥମ ଦିନରେ ଏୟାର ପିସ୍ତଲ ପୁରୁଷ ଇଭେଣ୍ଟରେ ଭାରତ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଏୟାର ପିସ୍ତଲ ଇଭେଣ୍ଟରେ ସରବଜୋତ ସିଂ ସ୍ବର୍ଣ୍ଣ ପଦକ ଓ ବରୁଣ ତୋମାର ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୁରୁବାର ଭାରତ ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ରୌପ୍ୟ ଓ ଏୟାର ରାଇଫଲ୍‌ ମିକ୍ସଡ ଟିମ୍‌ ବ୍ରୋଞ୍ଜ ପଦକ ହାସଲ କରିଛି। ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବରୁଣ ତୋମାର ଓ ରିଦିମ୍‌ ସାଙ୍ଗଓ୍ବନ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ୟ ପକ୍ଷରେ ରୁଦ୍ରାଂକ୍ଷ ପାଟିଲ ଓ ଆର. ନର୍ମଦା ନିତିନ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉଭୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଚାଇନା। ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀ ରେଞ୍ଜରେ ଗୁରୁବାର ବରୁଣ ଚଳିତ ସଂସ୍କରଣର ଦ୍ୱିତୀୟ ପଦକ ହାସଲ କରିଥିଲେ। ଚାଇନାର କ୍ୱିଆନ୍‌ ଓ୍ବେଇ ଓ ଲିଉ ଜିନ୍ୟାଓଙ୍କ ନିକଟରୁ ୧୧-୧୭ରେ ପରାଜିତ ହେବା ସହିତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ବରୁଣ-ରିଦିମ୍‌। ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ଚାଇନା ଯୋଡି ଆରମ୍ଭରୁ ୭-୧୫ରେ ଆଗୁଆ ରହିଥିଲେ। ତେବେ ରିଦିମ୍‌-ବରୁଣ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ମ୍ୟାଚ୍‌କୁ ୧୧-୧୫ ସ୍ଥିତିକୁ ନେଇ ଆସିଥିଲେ। ଚାଇନିଜ୍‌ ଯୋଡି ୨ ପଏଣ୍ଟ ହାସଲ କରିବା ସହିତ ବିଜୟୀ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ କ୍ୱିଆନ୍‌ ଓ୍ବେଇ ଓ ଲିଉ ଜିନ୍ୟାଓ ୫୮୬ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ରିଦିମ୍‌-ବରୁଣ ୫୮୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ଯୋଡି ଦିବ୍ୟା ଟିଏସ୍‌ ଓ ସରବଜୋତ୍‌ ସିଂ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ। ୫୭୪ ପଏଣ୍ଟ ସହିତ ଉଭୟ ପଞ୍ଚମ ସ୍ଥାନରେ ରହିଥିଲେ।
ଏୟାର ରାଇଫଲ୍‌ ବର୍ଗରେ ବିଶ୍ୱ ଚାମ୍ପିୟନ ରୁଦ୍ରାଂକ୍ଷ ପାଟିଲ ଓ ଆର. ନର୍ମଦା ନିତିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏକ ମାସ ତଳେ କାଇରୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଉଭୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ୬୩୨ ପଏଣ୍ଟ ଅର୍ଜନ କରିବା ସହିତ ତୃତୀୟ ସ୍ଥାନରେ ରହିଥିଲେ। ଚାଇନାର ଝାଙ୍ଗ କ୍ୱିଓଙ୍ଗ ଓ ୟୁ ହାଓନାନ ମଧ୍ୟ ସମାନ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। ବ୍ରୋଞ୍ଜ ପଦକ ମ୍ୟାଚରେ ଚାଇନିଜ୍‌ ଯୋଡିଙ୍କୁ ୧୬-୮ରେ ପରାସ୍ତ କରିଥିଲେ ରୁଦ୍ରାଂକ୍ଷ-ନର୍ମଦା। ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଗୋଟିଏ ବି ଶଟ୍‌ ୧୦ ପଏଣ୍ଟରୁ ତଳେ ରହି ନ ଥିଲା। ସ୍ବର୍ଣ୍ଣ ଅଳ୍ପକେ ହାତ ଛଡା କରିଥିଲେ ହେଁ ପଦକ ହାସଲ କରିବା ଆମକୁ ଉତ୍ସାହିତ କରିଥିଲା ବୋଲି କହିଥିଲେ ରୁଦ୍ରାଂକ୍ଷ ପାଟିଲ। ଚାଇନାର ହୁଆଙ୍ଗ ୟୁଟିଙ୍ଗ ଓ ଶେଙ୍ଗ ଲିହାଓ ୧୬-୨ରେ ହଙ୍ଗେରୀର ଇଷ୍ଟଭାନ ପେନି ଓ ଡେନେସ୍‌ ଏସ୍‌ଜରଙ୍କ ଯୋଡିକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri