ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ ଗାଡି ନଂ OD -୩୧ G -୫୫୨୯ ସହ ୨୧ କିଲୋ ୩୦୦ଗ୍ରାମର ଗଞ୍ଜେଇ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ ସୋମବାର ସକାଳ ୮ ଟା ସମୟରେ ଏସଆଇ ଅମିତ କୁମାର ଧଳ ଓ ତାଙ୍କ ଟିମ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବରପାଇଁ ସୋନପୁର ପଟରୁ ଦିଗଶିରା -ଚେରୁପାଲି, ଶୁଖା ଦେଇ ଦୁଇ ଜଣ ଗଞ୍ଜେଇ ମାଫିଆ ବାଇକରେ ଗଞ୍ଜେଇ ନେଇ ପଳାଉଥିବା ବେଳେ ପୋଲିସ ପିଛା କରିଥିଲା । ଭୟରେ ୨ ଗଞ୍ଜେଇ ମାଫିଆ ଶୁଖା -କର୍ଲାଯୁରୀ ରାସ୍ତାର ଶୁଖା – ମହୁଲପାଲି ମଦ ଭାଟି ଛକରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ହୋଇଯାଇଥିଲେ। ଘଟଣାସ୍ଥଳରୁ ବାଇକ ସହ ୨୧ ପ୍ୟାକେଟ୍‌ ସିଲ ଥିବା ଗଞ୍ଜେଇ ପୋଲିସ ଜବତ କରିଥିଲା । ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ରାମପୁର ଅତିରିକ୍ତ ତହସିଲଦାର ରୋହିତ ବାଗଙ୍କ ଉପସ୍ଥିତରେ ଜବତ ଗଞ୍ଜେଇ ସବୁକୁ ପୋଲିସ ଓଜନ କରିଥିଲା। ଓଜନ କଲା ପରେ ୨୧ କିଲୋ ୩୦୦ଗ୍ରାମ ହୋଇଥିଲା । ଜବତ ଗଞ୍ଜେଇର ସରକାରୀ ମୂଲ୍ୟ ୨ ଲକ୍ଷ ୧୦ ହଜାର ହେବ ବୋଲି ପୋଲିସ କହିଛି । ଏ ନେଇ ପୋଲିସ କେସ୍‌ ନଂ – ୧୪୬ /,ତା -୮ /୬ /୨୦୨୬ରେ ଏକ ମାମଲା ରୁଜୁ କରାଯାଇ ଅଣ୍ଡରସେକ୍ସନ ୨୦(b)(ii)(c)NDPS Act /୩୧୮ (୪)ଭାରତୀୟ ନ୍ୟାୟ ସହିତାରେ ତଦନ୍ତ ଜାରି ରହିଛି। ତେବେ ଗଞ୍ଜେଇ ମାଫିଆମାନେ ଗାଡି ନମ୍ବର ପ୍ଲେଟ ବଦଳାଇ ଗଞ୍ଜେଇ ଚାଲାଣ କରୁଥିବା ଥାନା ଅଧିକାରୀ ରୋଜାଲିନ ପଟେଲ କହିଛନ୍ତି । ଅନ୍ୟପକ୍ଷେ ଏ ଅଞ୍ଚଳରେ ଗଞ୍ଜେଇ ମାଫିଆମାନେ ପୋଲିସକୁ ଚ୍ୟାଲେଞ୍ଜ କରି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଛନ୍ତି । ମାସେ ଆଗରୁ ଅର୍ଥାତ୍‌ ଗତ ମେ ୯ ତାରିଖରେ ଡୁଙ୍ଗୁରିପାଲି ଥାନା ଲଙ୍ଗଳକଟା ଗ୍ରାମର ଚାଷ ଜମି ରାସ୍ତାରୁ ୨କି୍ୟୁଣ୍ଟାଲ ୭୨କିଲୋ ଗଞ୍ଜେଇ ଜବତ କରି ଏକ ଚାରିଚକିଆ ଗାଡିକୁ ମଧ୍ୟ ପୋଲିସ ଜବତ କରି ଏକ ମାମଲା ରୁଜୁ କରିଥିଲା। ହେଲେ ଏକ ମାସ ବିତିଯାଇଥିଲେ ମଧ୍ୟ ଗଞ୍ଜେଇ ମାଫିଆମାନଙ୍କୁ ପୋଲିସ ଧରିପାରିନାହିଁ ।

 

Odisha’s No.1 Odia Daily

 

 

Share