କମିଶନରେଟ୍‌ ପୋଲିସ କବ୍‌ଜାରେ ୨ ଆନ୍ତଃ ରାଜ୍ୟ ସାଇବର ଠକ

କଟକ ଅଫିସ, ୧୧ା୭:କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଟିମ୍‌ ୨ଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)। ସେମାନଙ୍କଠାରୁ ପୋଲିସ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା, ଦାମୀ କାର, ୩ ମୋବାଇଲ ଫୋନ, ୪ ସିମ୍‌କାର୍ଡ, ୨ ଲାପ୍‌ଟପ୍‌, ୫ ଏଟିଏମ୍‌ କାର୍ଡ, ୭ ଚେକ୍‌ବହି ଓ ୧୫ ପାସ୍‌ବୁକ ଜବତ କରିଛି ବୋଲି ଗୁରୁବାର ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ସୌମେନ୍ଦ୍ରଙ୍କ ସୂଚନା ଅନୁଯାୟୀ, ଗତ ଜୁନ୍‌ ୪ରେ କଟକ ନଜରପୁରର ଦିଲୀପ କୁମାର ସାହୁ ଜଗତ୍‌ପୁର ଥାନାରେ ଏକ ଅଭିଯୋଗ କରିଥିଲେ। ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ, ୨୦୧୯ ଡିସେମ୍ବର ୧୨ରେ ମୋବାଇଲ ଟାଓ୍ବାର ବସାଇବା ପାଇଁ ଜଣେ ବ୍ୟକ୍ତି ନିଜକୁ ଏକ ଟେଲିକମ କମ୍ପାନୀର ନୋଡାଲ ଅଧିକାରୀ ପରିଚୟ ଦେଇ ତାଙ୍କୁ ଫୋନ କରିଥିଲେ। ତାଙ୍କ ଜାଗାରେ ଟାୱାର ବସାଇଲେ ୨୦ବର୍ଷ ପାଇଁ ୨୦ଲକ୍ଷ ଟଙ୍କା ସିକ୍ୟୁରିଟି ଅର୍ଥ ଦିଆଯିବ। ମାସକୁ ୨୦ ହଜାର ଟଙ୍କା ଜାଗା ଭଡା ବାବଦକୁ ଦିଆଯିବ। ଏପରି କି ତାଙ୍କ ପରିବାରର ଜଣଙ୍କୁ ୧୫ହଜାର ଟଙ୍କା ଦରମାରେ ଚାକିରି ଦିଆଯିବ। ଏଭଳି ଲୋଭନୀୟ ପ୍ରତିଶ୍ରୁତି ପାଇ ଦିଲୀପ ସମସ୍ତ ଡକ୍ୟୁମେଣ୍ଟ ପଠାଇଥିଲେ। ପରେ ସାଇବର ଠକ ଦିଲୀପଙ୍କଠାରୁ ୨୫ଟି ନକଲି ଆକାଉଣ୍ଟ ମାଧ୍ୟମରେ ପ୍ରୋସେସିଂ ଫି, ପଞ୍ଜୀକରଣ ଫି, ଇନ୍‌କମ ଟ୍ୟାକ୍ସ, ଜିଏସ୍‌ଟି ବାବଦକୁ ୩୯ ଲକ୍ଷ ୧ ହଜାର ୮,୭୦ଟଙ୍କା ଠକି ନେଇଥିଲେ। ଲୋଭନୀୟ ପ୍ରତିଶ୍ରୁତିର ବଶବର୍ତ୍ତୀ ହୋଇ ଦିଲୀପ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ। ପରବର୍ତ୍ତୀ ସମୟରେ ସନ୍ଦେହ ହେବାରୁ ଦିଲୀପ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏନେଇ ଜଗତ୍‌ପୁର ଥାନାରେ ମାମଲା (ନଂ.୨୨୦/୨୧) ରୁଜୁ ହେବା ସହ ତଦନ୍ତ ପାଇଁ କଟକ ଡିସିପି ପ୍ରତୀକ୍‌ ସିଂ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।
ଏହି ଟିମ୍‌ରେ ସାଇବର ଥାନା ଅଧିକାରୀ ରେଣୁବାଳା ତ୍ରିପାଠୀ, ଜଗତ୍‌ପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରମୁଖ ରହିଥିଲେ। ସେହିପରି ଏସିପି ଅଜୟ କୁମାର ଦାସ, ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି ଠକେଇର ଖୋଳତାଡ ହୋଇଥିଲା। ଜୁନ୍‌ ୨୬ରେ ଏହି ଟିମ୍‌ କୋଲ୍‌କାତାର ବିଧାନନଗର ଅଞ୍ଚଳରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସ୍ଥାନୀୟ ଦୁର୍ଗାପୁର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇ ୨୭ରେ ଟ୍ରାନ୍‌ଜିଟ୍‌୍‌ ରିମାଣ୍ଡରେ ଜଗତ୍‌ପୁର ଥାନାକୁ ଆଣିଥିଲା। ସେଠାରେ ପଚରାଉଚରା ପରେ ୨୯ ତାରିଖରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଅଧିକ ତଥ୍ୟ ହାସଲ ପାଇଁ ଜଗତ୍‌ପୁର ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିଛି। ଅନ୍ୟପକ୍ଷରେ କୋଲକାତାରେ ଥିବା ନକଲି ଟେଲିକମ୍‌ କମ୍ପାନୀର ୮ଟି କାର୍ଯ୍ୟାଳୟକୁ ଉକ୍ତ ଟିମ୍‌ ସ୍ଥାନୀୟ ପୋଲିସ ସହାୟତାରେ ସିଲ୍‌ କରିବା ସହ ଫାଇନାନ୍ସ କମ୍ପାନୀରେ ଥିବା ସୁନା ଅଳଙ୍କାର, ୨୫. ୭ଲକ୍ଷ ଟଙ୍କା ଜବତ କରିଛି।କେମିତି ଠକେଇ କରୁଥିଲେ
ଏହି ନକଲି ଟେଲିକମ କମ୍ପାନୀର କୋଲକାତାରେ ୮ଟି କାର୍ଯ୍ୟାଳୟ ରହିଥିବାବେଳେ ୨୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନେ ସାରା ଦେଶରେ ମୋବାଇଲ ଟାୱାର ବସାଇବା ଉଦ୍ଦେଶ୍ୟରେ ଅଭିଜ୍ଞ ଶିକ୍ଷିତ ଠକଙ୍କ ଜରିଆରେ ନିରୀହ ଲୋକଙ୍କୁ ଫସାଉଥିଲେ। ଏହି ଠକେଇର ମାଷ୍ଟରମାଇଣ୍ଡ ବିହାରର ଅଭୟ ତିୱାରୀଙ୍କୁ ପୂର୍ବରୁ ବିଧାନ ଗରର ସାଇବର ଥାନା ପୋଲିସ ଗିରଫ କରିଛି। ସେ ଏବେ ଦମ୍‌ଦମ୍‌ ଜେଲରେ। ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଅଭୟଙ୍କ ସମ୍ପର୍କୀୟ। ଏହି ୨ଜଣ ସାଇବର ଠକେଇ ଚାଲୁ ରଖିଥିଲେ। ଖୁବ୍‌ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଅଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri