Categories: ଜାତୀୟ

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୭: ଜମ୍ମୁ କଶ୍ମୀରର କୁପୱାରା ଜିଲାର ମାଛିଲ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କଠାରୁ ୪ ଏକେ ରାଇଫଲ, ୫ଟି ଗ୍ରେନେଡ ଏବଂ ଯୁଦ୍ଧରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।
ଏହାପୂର୍ବରୁ ମଙ୍ଗଳବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାରେ ଭାରତୀୟ ସୁରକ୍ଷା ବାହିନୀ ଗୁଳିରେ ଚାରିଜଣ ସଶସ୍ତ୍ର ଆତଙ୍କବାଦୀ ନିହତ ହୋଇଥିଲେ।

Share