ସିକାଗୋ ପୋଲିସ ଷ୍ଟେଶନ ଭିତରେ ଗୁଳିକାଣ୍ଡ, ଦୁଇ ଆହତ

ସିକାଗୋ, ୨୭ ।୯: ଆମେରିକାର ସିକାଗୋ ସହର ୱେଷ୍ଟ ସାଇଟରେ ଥିବା ଏକ ପୋଲିସ କାର୍ଯ୍ୟାଳୟ ଭିତରେ ସୋମବାର ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ । ଏଥିରେ ସିକାଗୋ ପୋଲିସର ଜଣେ ଅଧିକାରୀ ବି ଆହତ ହୋଇଛନ୍ତି । ଏ ସମ୍ପର୍କରେ ସୂଚନା ଜଣେ ପ୍ରବକ୍ତା ଦେଇଛନ୍ତି । ପୋଲିସ ପ୍ରବକ୍ତା ଟମ ହର୍ନ ସ୍ଥାନୀୟ ମିଡିଆକୁ କହିଛନ୍ତି, ହୋମନ ସ୍କୋୟାର ସ୍ଥିତ କୋଠାରେ ଦ୍ୱିପ୍ରହରରେ ପ୍ରଥମେ ଗୁଳି ଫୁଟିଥିଲା । ତେବେ ଜଣେ ପୋଲିସ ଅଧିକାରୀଙ୍କୁ ଗୁଳି ଲାଗି ନ ଥିଲେ ମଧ୍ୟ ସେ ଆହତ ହୋଇଥିବାରୁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟଜଣେ ଗୁରୁତର ଆହତଙ୍କୁ ଅନ୍ୟଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Share