ନୂଆଦିଲ୍ଲୀ,୨୬ା୧- ଭାରତୀୟ ବାୟୁ ସେନା (ଆଇଏଏଫ୍)ର ଦୁଇ ମହିଳା ପାଇଲଟ୍ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ଇତିହାସ ରଚିଛନ୍ତି। ଫ୍ଲାଇଟ୍ ଲ୍ୟୁଟନାଣ୍ଟ ଭଓ୍ବନ କାନ୍ଥ ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ପରେଡରେ ଭାଗ ନେଇଥିଲେ। ଆଇଏଏଫ୍ ଟାବ୍ଲେୟୁ ସଦସ୍ୟ ଭାବେ ଲାଇଟ୍ କମ୍ବାଟ ଏୟାରକାପ୍ଟ, କମ୍ବାଟ ହେଲିକପ୍ଟର ଓ ସୁଖାଇ-୩୦ ଫାଇଟର ପ୍ଲେନରେ ମକ ଅପ୍ସ ଦେଖାଇଥିଲେ। ସେହିଭଳି ଫ୍ଲାଇଟ୍ ଲ୍ୟୁଟନାଣ୍ଟ ସ୍ବାତୀ ରାଠୋର ପ୍ରଥମ ମହିଳା ଭାବେ ରାଜପଥ ଉପରେ ଏମ୍ଆଇ-୧୭ ଭି୫ ଟିମ୍ର ସଦସ୍ୟ ଥିଲେ।
ବର୍ତ୍ତମାନ ରାଜସ୍ଥାନରେ ନିୟୁକ୍ତ ଥିବା ଫ୍ଲାଇଟ୍ ଲ୍ୟୁଟନାଣ୍ଟ ଭଓ୍ବାନ କାନ୍ଥ ମିଗ୍-୨୧ ବିସୋନ ଫାଇଟର ଜେଟ ଉଡ଼ାଇଥିଲେ। ଏହି ବିମାନ ଦ୍ୱାରା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ପାକିସ୍ତାନର ଏଫ୍-୧୬ ବିମାନକୁ ଧ୍ୱଂଶ କରି ଦେଇଥିଲେ।


