ଜାଗା ବିବାଦକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ଅଣାୟତ୍ତ, ଟେକା ପଥର ମାଡ଼ରେ ଉଭୟ ପକ୍ଷର ଏକାଧିକ ଆହାତ

ଦିଗପହଣ୍ଡି/ପାଟପୁର,୧୬।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଞ୍ଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ। ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ଗୁରୁବାର ଅପରାହ୍ନରେ ଉଗ୍ରରୂପ ନେଇଛି। ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି। ରତ୍ନମଣିପୁର ଏବଂ ଡେଙ୍ଗାଓସ୍ତା ଗ୍ରାମର କିଛି ବ୍ୟକ୍ତି ପଞ୍ଚାୟତ ଜମିକୁ ଅକ୍ତିଆର କରି ସେଠାରେ ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ସେଠାରେ ଥିବା ପଞ୍ଚାୟତ ପୋଖରୀକୁ ଜବରଦସ୍ତ ପୋତି ଦେଇ ସେଠାରେ ଏକ ପାର୍କ କରିବାକୁ ଯୋଜନା କରିବାରୁ ସିଙ୍ଗପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବନିଷ୍ପତ୍ତି ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୧ଟାରେ ସିଙ୍ଗପୁର ଗ୍ରାମର ୨ ହଜାରରୁ ଉଦ୍ଧର୍‌ବ ବ୍ୟକ୍ତି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା। ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଖୁବଶୀଘ୍ର ବିବାଦୀୟ ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜିତ ଗ୍ରାମବାସୀ ରତ୍ନମଣିପୁର ଗ୍ରାମରେ ପହଞ୍ଚି ବିବାଦୀୟ ଜମିର ପାଚେରୀ ଓ ନିର୍ମାଣ କାମ ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଖବରପାଇ ରତ୍ନମଣିପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ସେଠାରେ ପହଞ୍ଚିବାରୁ ଉଭୟପକ୍ଷଙ୍କ ମଧ୍ୟରେ ବଚସା ହେବା ସହ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଉଭୟପକ୍ଷ ପରସ୍ପରଙ୍କୁ ଟେକା ପଥର ମାଡ କରିବାରୁ ସିଙ୍ଗପୁର ଗ୍ରାମର ପ୍ରକାଶ ସେଠୀ ଏବଂ ବାପୁନା ସେଠୀ ଆହାତ ହୋଇଥିଲେ। ଖବର ପ୍ରଚାରିତ ହେବାପରେ ସିଙ୍ଗପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଡେଙ୍ଗାଓସ୍ତା ଗ୍ରାମ ୩୨୬ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଉଭୟ କଡ଼ରେ ଗାଡ଼ି ମଟର ଅଟକି ରହିଥିଲା। ଖବରପାଇ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଏବଂ ଗଞ୍ଜାମ ଛତ୍ରପୁର ଅତିରିକ୍ତ ଏସପି ସୀମା ସ୍ବାଇଁ , ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ,ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ , ଧରାକୋଟ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ, ଦିଗପହଣ୍ଡି ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗ୍ରାମର ଉତ୍ତେଜିତ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ନିଜ ଜିଦରେ ଅଟଳ ରହିଥିଲେ। ଉଭୟ ଗ୍ରାମର ଲୋକେ ରାସ୍ତା ଉପରେ ବସି ରହିଥିଲେ। ପରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର,ତହସିଲଦାର ଓ ପୋଲିସ ଅଧିକାରୀମାନେ ବୁଝାଇବାରୁ ସାଢ଼େ ୫ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ପୁଣିଥରେ ପୋଲିସ ଉପସ୍ଥିତିରେ ସିଙ୍ଗପୁର ଗ୍ରାମର ଉତ୍ତେଜିତ ଲୋକେ ବିବାଦୀୟ ଜମିରେ ଯଜ୍ଞ ପାଇଁ କରାଯାଇଥିବା ମଣ୍ଡପ, ସିମେଣ୍ଟ ପାଚେରୀ, ଯଜ୍ଞ ନିମନ୍ତେ କରାଯାଇଥିବା ଅସ୍ଥାୟୀ ଟେଣ୍ଟ ସବୁ ଭାଙ୍ଗି ଗୁଣ୍ଡ କରିଦେଇଥିଲେ। ଡେଙ୍ଗାଓସ୍ତା ଗ୍ରାମରୁ ସିଙ୍ଗପୁର ଗାଁକୁ ଗଲାବେଳେ ରତ୍ନମଣିପୁର ମୌଜାରେ ଥିବା ପଞ୍ଚାୟତର ସରକାରୀ ଜମିକୁ ଉଭୟ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘ ୫୦ ବର୍ଷ ହେଲା ଜବରଦଖଲ କରି ସେଥିରେ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରି ବ୍ୟବସାୟ କରୁଥିଲେ। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଡେଙ୍ଗାଓସ୍ତା ଏବଂ ରତ୍ନମଣିପୁର ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉଦ୍ୟମ କ୍ରମେ ସେଠାରେ ଥିବା ପୋଖରୀକୁ ପୋତାଯାଇ ଶ୍ରୀ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ସେଠାରେ ଏକ ପାର୍କ ନିର୍ମାଣ ପାଇଁ ନକ୍ସା ମଧ୍ୟ କରାଯାଇଥିଲା।ଏହାକୁ ସିଙ୍ଗପୁର ଗ୍ରାମବାସୀ ଦଳମତ ନିର୍ବିଶେଷରେ ବିରୋଧ କରିଥିଲେ। ଜମି ମାଲିକାନାକୁ ନେଇ ଉଭୟ ପକ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଖୁବଶୀଘ୍ର ଏହି ବିବାଦର ଆପୋଷ ସମାଧାନ କରାଯିବ ବୋଲି ସାନଖେମୁଣ୍ଡି ତହସିଲଦାର ଉଭୟ ଗ୍ରାମବାସୀଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ସିଙ୍ଗପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି। ଜମି ମାଲିକାନାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ବିବାଦ ସମାଧାନ ହୋଇପାରିନଥିଲା ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri