ଜାଗା ବିବାଦକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ପରିସ୍ଥିତି ଅଣାୟତ୍ତ, ଟେକା ପଥର ମାଡ଼ରେ ଉଭୟ ପକ୍ଷର ଏକାଧିକ ଆହାତ

ଦିଗପହଣ୍ଡି/ପାଟପୁର,୧୬।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ପଞ୍ଚାୟତର ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ମାଲିକାନାକୁ କେନ୍ଦ୍ରକରି ବିବାଦ। ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ଗୁରୁବାର ଅପରାହ୍ନରେ ଉଗ୍ରରୂପ ନେଇଛି। ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି। ରତ୍ନମଣିପୁର ଏବଂ ଡେଙ୍ଗାଓସ୍ତା ଗ୍ରାମର କିଛି ବ୍ୟକ୍ତି ପଞ୍ଚାୟତ ଜମିକୁ ଅକ୍ତିଆର କରି ସେଠାରେ ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ସେଠାରେ ଥିବା ପଞ୍ଚାୟତ ପୋଖରୀକୁ ଜବରଦସ୍ତ ପୋତି ଦେଇ ସେଠାରେ ଏକ ପାର୍କ କରିବାକୁ ଯୋଜନା କରିବାରୁ ସିଙ୍ଗପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବନିଷ୍ପତ୍ତି ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୧ଟାରେ ସିଙ୍ଗପୁର ଗ୍ରାମର ୨ ହଜାରରୁ ଉଦ୍ଧର୍‌ବ ବ୍ୟକ୍ତି ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିଲା। ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଖୁବଶୀଘ୍ର ବିବାଦୀୟ ଜମିରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜିତ ଗ୍ରାମବାସୀ ରତ୍ନମଣିପୁର ଗ୍ରାମରେ ପହଞ୍ଚି ବିବାଦୀୟ ଜମିର ପାଚେରୀ ଓ ନିର୍ମାଣ କାମ ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଖବରପାଇ ରତ୍ନମଣିପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ସେଠାରେ ପହଞ୍ଚିବାରୁ ଉଭୟପକ୍ଷଙ୍କ ମଧ୍ୟରେ ବଚସା ହେବା ସହ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଉଭୟପକ୍ଷ ପରସ୍ପରଙ୍କୁ ଟେକା ପଥର ମାଡ କରିବାରୁ ସିଙ୍ଗପୁର ଗ୍ରାମର ପ୍ରକାଶ ସେଠୀ ଏବଂ ବାପୁନା ସେଠୀ ଆହାତ ହୋଇଥିଲେ। ଖବର ପ୍ରଚାରିତ ହେବାପରେ ସିଙ୍ଗପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଡେଙ୍ଗାଓସ୍ତା ଗ୍ରାମ ୩୨୬ ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଉଭୟ କଡ଼ରେ ଗାଡ଼ି ମଟର ଅଟକି ରହିଥିଲା। ଖବରପାଇ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ ଏବଂ ଗଞ୍ଜାମ ଛତ୍ରପୁର ଅତିରିକ୍ତ ଏସପି ସୀମା ସ୍ବାଇଁ , ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା ,ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଶେରଗଡ଼ ଥାନା ଆଇଆଇସି ବିରେନ୍ଦ୍ର ଶିଆଳ , ଧରାକୋଟ ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁ, ଦିଗପହଣ୍ଡି ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗ୍ରାମର ଉତ୍ତେଜିତ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ନିଜ ନିଜ ଜିଦରେ ଅଟଳ ରହିଥିଲେ। ଉଭୟ ଗ୍ରାମର ଲୋକେ ରାସ୍ତା ଉପରେ ବସି ରହିଥିଲେ। ପରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର,ତହସିଲଦାର ଓ ପୋଲିସ ଅଧିକାରୀମାନେ ବୁଝାଇବାରୁ ସାଢ଼େ ୫ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ପୁଣିଥରେ ପୋଲିସ ଉପସ୍ଥିତିରେ ସିଙ୍ଗପୁର ଗ୍ରାମର ଉତ୍ତେଜିତ ଲୋକେ ବିବାଦୀୟ ଜମିରେ ଯଜ୍ଞ ପାଇଁ କରାଯାଇଥିବା ମଣ୍ଡପ, ସିମେଣ୍ଟ ପାଚେରୀ, ଯଜ୍ଞ ନିମନ୍ତେ କରାଯାଇଥିବା ଅସ୍ଥାୟୀ ଟେଣ୍ଟ ସବୁ ଭାଙ୍ଗି ଗୁଣ୍ଡ କରିଦେଇଥିଲେ। ଡେଙ୍ଗାଓସ୍ତା ଗ୍ରାମରୁ ସିଙ୍ଗପୁର ଗାଁକୁ ଗଲାବେଳେ ରତ୍ନମଣିପୁର ମୌଜାରେ ଥିବା ପଞ୍ଚାୟତର ସରକାରୀ ଜମିକୁ ଉଭୟ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଦୀର୍ଘ ୫୦ ବର୍ଷ ହେଲା ଜବରଦଖଲ କରି ସେଥିରେ ଅସ୍ଥାୟୀ ଦୋକାନ ଘର ନିର୍ମାଣ କରି ବ୍ୟବସାୟ କରୁଥିଲେ। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଡେଙ୍ଗାଓସ୍ତା ଏବଂ ରତ୍ନମଣିପୁର ଗ୍ରାମର କିଛି ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉଦ୍ୟମ କ୍ରମେ ସେଠାରେ ଥିବା ପୋଖରୀକୁ ପୋତାଯାଇ ଶ୍ରୀ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରତିଷ୍ଠା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିଲା। ସେଠାରେ ଏକ ପାର୍କ ନିର୍ମାଣ ପାଇଁ ନକ୍ସା ମଧ୍ୟ କରାଯାଇଥିଲା।ଏହାକୁ ସିଙ୍ଗପୁର ଗ୍ରାମବାସୀ ଦଳମତ ନିର୍ବିଶେଷରେ ବିରୋଧ କରିଥିଲେ। ଜମି ମାଲିକାନାକୁ ନେଇ ଉଭୟ ପକ୍ଷ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଖୁବଶୀଘ୍ର ଏହି ବିବାଦର ଆପୋଷ ସମାଧାନ କରାଯିବ ବୋଲି ସାନଖେମୁଣ୍ଡି ତହସିଲଦାର ଉଭୟ ଗ୍ରାମବାସୀଙ୍କୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ବୋଲି ସିଙ୍ଗପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚନ୍ଦ୍ର ଶେଖର ମହାପାତ୍ର କହିଛନ୍ତି। ଜମି ମାଲିକାନାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ବିବାଦ ସମାଧାନ ହୋଇପାରିନଥିଲା ବୋଲି ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri