ବସ୍‌ଷ୍ଟାଣ୍ଡରୁ ପାଇଲେ ୫ ଭରିର ଦୁଇଟି ସୁନା ହାର, ପରେ…

ରିଷିଡା,୨୫।୪(ସୁଶାନ୍ତ ମଲ୍ଲିକ): ବସ୍‌ଷ୍ଟାଣ୍ଡରୁ ପାଇଥିବା ୫ ଭରିର ଦୁଇଟି ସୁନା ହାର ଫେରାଇଲେ ବ୍ୟକ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବସଷ୍ଟାଣ୍ଡରେ। ଏମ୍‌ ରାମପୁର ବ୍ଲକ ଗ୍ରାମ ତଲନୁଆଗାଁର କାହ୍ନା ଦେହେରିଆ ବଲାଙ୍ଗୀର ଜିଲା ତୁଷୁରା ଅଞ୍ଚଳର ଖର୍ଡ଼ା ଗ୍ରାମରେ ଏକ ବିବାହ କାର୍ଯ୍ୟ ସମାପନ କରି ତାଙ୍କ ମା ସହ ଫେରୁଥିବା ସମୟରେ ବ୍ୟାଗଟିକୁ ରିଷିଡା ବସ୍‌ଷ୍ଟାଣ୍ଡରେ ଛାଡିଦେଇଥିଲେ।

ଅନ୍ୟପକ୍ଷେ, କର୍ଲାମୁଣ୍ଡାର ବଲ୍ଲଭ ନାଏକ, ପୁଲସ୍ତି ବୁଡେକ ଏବଂ ରାମ ଝାଙ୍କର ଉକ୍ତ ବ୍ୟାଗଟିକୁ ପାଇଥିଲେ। ସାମ୍ବାଦିକ ତଥା ସମାଜସେବୀ ସୁଶାନ୍ତ ମଲିକଙ୍କ ଉଦ୍ୟମରେ ଯୋଗାଯୋଗ କରି ଘରକୁ ଡାକି ବ୍ୟାଗ୍‌ରେ ଥିବା ତାଙ୍କର ସୁନା ଟଙ୍କା ମୋବାଇଲ, ଦୁଇଟି ସୁନା ହାର ଓ ଟଙ୍କା ଫେରସ୍ତ କରିଥିଲେ।

Dharitri – Odisha’s No.1 Odia Daily

Share