Categories: ଜାତୀୟ

ଦୁଇ ସାଙ୍ଗ ମିଶି ହାରିଲେ ଜୀବନ, କାରଣ ଜାଣି ହେବେ ଚକିତ

ଲକ୍ଷ୍ନୌ,୨୧।୯: ଉତ୍ତର ପ୍ରଦେଶ ବହରାଇଚ୍‌ରେ ଏକ ଅଭାବନୀୟ ଘଟରା ଘଟିଛି। ଦୁଇ ନାବଳିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଦୁହିଁଙ୍କ ବନ୍ଧୁତାକୁ ପରିବାର ଲୋକେ ପସନ୍ଦ କରୁ ନ ଥିବାରୁ ଉଭୟ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତ ଜଣେ ନାବାଳିକାଙ୍କ ବୟସ ୧୭ ହୋଇଥିବାବେଳେ ଅନ୍ୟଜଣଙ୍କ ବୟସ ୧୫ ବୋଲି ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ମୁତାବକ ଲକ୍ଷ୍ମୀ ଏବଂ ପ୍ରେମାଙ୍କ ମଧ୍ୟରେ ବନ୍ଧୁତା ନିବିଡ ଥିଲା। ପରସ୍ପରଠାରୁ କେବେ ଅଲଗା ହେବାକୁ ଚାହୁଁ ନ ଥିଲେ।ଏହା ଉଭୟଙ୍କ ପରିବାର ଲୋକଙ୍କୁ ପସନ୍ଦ ନ ଥିଲା। ସେମାନେ ଉଭୟଙ୍କୁ ମିଶିବାକୁ ବାରଣ କରିଥିଲେ। ଘଟଣାଦିନ ଉଭୟ ଘାସ କାଟିବାକୁ ଯାଇଥିବାବେଳେ ଡିମିରି ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share