ଗାଧୋଇବା ହେଲା କାଳ: କେନାଲରେ ବୁଡି ଗଲେ ୨ ସାଙ୍ଗ

ଅନୁଗୋଳ ଅଫିସ, ୨୯।୭-ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କେନାଲ ପାଣିରେ ବୁଡି ୨ ସାଙ୍ଗ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବୃନ୍ଦାବନ ସେଠି ଓ ବାବୁ ମହାନ୍ତି। ଉଭୟେ ଗାଧୋଇବା ପାଇଁ କେନାଲକୁ ଯାଇଥିବାବେଳେ ଗଭୀର ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ତଦନ୍ତ ଚଳାଇଛି।