Categories: ଜାତୀୟ

ଆମାଜନ ଷ୍ଟୋରରେ ନିଆଁ: ୨ ମୃତ, ୩ ଆହତ

ନୂଆଦିଲ୍ଲୀ,୧୫ ।୧: ରାଜଧାନୀ ଦିଲ୍ଲୀର ରୋହିଣି ସେକ୍ଟର-୬ରେ ଥିବା ଏକ ଆମାଜନ ଷ୍ଟୋରରେ ଶୁକ୍ରବାର ସକାଳେ ନିଆଁ ଲାଗିଯିବା ଫଳରେ ଜଣେ ମହିଳା ଓ ଜଣେ ଦମକଳ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କିର୍ତ୍ତି ନଗରରେ ଗତରାତି ପ୍ରାୟ ୧୧ଟାରେ ଏକ କବାଡି ଦୋକାନରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀ ପହଞ୍ଚିଥିଲେ ବି ନିଆଁ ଲିଭାଇବାକୁ କିଛି ସମୟ ଲାଗିଥିଲା ଓ ଭିତରେ ଥିବା ୨ ଜଣ ଅଜଣା ବ୍ୟକ୍ତିଙ୍କର ମୃତଦେହ ମିଳିଥିବା ସୂଚନା ରହିଛି । ଏଥିରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Share