ଧାନ ବୁଣୁଥିବା ବେଳେ ଚାଷୀଙ୍କୁ ବାର୍‌ହା ଆକ୍ରମଣ

ଖଡ଼ିଆଳ,୩।୭(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅଧୀନ କେନ୍ଦୁପାଟି ପଞ୍ଚାୟତ ଖାଲିଆମୁଡ଼ା ଗ୍ରାମରେ ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର କ୍ଷୀର ମୋହନ ନିଆଲ(୩୫) ଓ ଜଗବନ୍ଧୁ ପୋଡ (୪୬)।

ରବିବାର ସକାଳେ ନିଜ ଜମିରେ ଜଗବନ୍ଧୁ ଓ କ୍ଷୀର ମୋହନ ଧାନ ବୁଣୁଥିବା ବେଳେ ସେମାନଙ୍କୁ ବାର୍‌ହା ଆକ୍ରମଣ କରିଥିଲା। ସେମାନଙ୍କ ଜଙ୍ଘ ଓ ଆଣ୍ଠୁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦୁଇ ଆହତଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।