ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସରେ ପଶିଥିଲେ, ବନ୍ଧା ହେଲେ ୨ ନକଲି ଆର୍ମି ଅଫିସର

ଗୋପାଳପୁର,୭ା୪(ଡି.ଏନ.ଏ.): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ଆବାସରେ ନିଜକୁ ଆର୍ମି ଅଫିସର ପରିଚୟ ଦେଇ ଜୋରଜବରଦସ୍ତି ପଶିବା ଅଭିଯୋଗରେ ଗୋପାଳପୁର ପୋଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ ଜିଲା ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ରାହୁଲ ପ୍ରଧାନ (୨୨) ଓ ରାହୁଲ ପିଞ୍ଜରା (୨୨)। ଏହି ଥାନା ଅନ୍ତର୍ଗତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଆବାସ ଫାଟକ ସମ୍ମୁଖରେ ବୁଧବାର ଆଇକା ପାତ୍ର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବାହ୍ନରେ ରାହୁଲ ପ୍ରଧାନ ଓ ରାହୁଲ ପିଞ୍ଜରା ଆର୍ମି ପୋଷାକରେ ଆସି ନିଜକୁ କମାଣ୍ଡର ପରିଚୟ ଦେଇ ଛାତ୍ରୀ ଆବାସର ଜଣେ ବ୍ୟକ୍ତିଙ୍କୁ ମିଶିବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ। ତେବେ ଦୁଇଜଣଙ୍କ ଚାଲିଚଳଣ ଓ କଥାବାର୍ତ୍ତାରେ ସନ୍ଦେହ ଉପୁଜିଥିଲା। ଏ ନେଇ ଗାର୍ଡ ଜଣକ ସୁପରଭାଇଜରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଅନ୍ୟ ସିକ୍ୟୁରିଟି ଗାର୍ଡମାନେ ପହଞ୍ଚତ୍ ଉଭୟଙ୍କୁ ପଚରାଉଚରା କରିଥିଲେ। ଏନେଇ ଗାର୍ଡ ଆଇକା ପାତ୍ର ଗୋପାଳପୁର ଥାନାରେ ଅଭିଯୋଗ କରିବା ସହ ଦୁଇଜଣଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଏ ନେଇ ନଂ. ୫୮/୨୨ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ଉଭୟଙ୍କଠାରୁ ନକଲି ଆର୍ମି ପରିଚୟପତ୍ର, ସିବିଆଇ ପରିଚୟ ପତ୍ର, ନକଲି ବନ୍ଧୁକ, ନକଲି ଆର୍ମି ପୋଷାକ, ଦୁଇଟି ଟୋପି, ଦୁଇଟି ମୋବାଇଲ, ମନି ପର୍ସ ଓ ଟଙ୍କା, ଦୁଇଟି ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ନେଇ ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri