Categories: ଜାତୀୟ

ଦକ୍ଷିଣ କଶ୍ମୀରରେ ଏନକାଉଣ୍ଟର, ଅନେକ ସ୍ଥାନରେ ଇଣ୍ଟରନେଟ ବନ୍ଦ

ଶ୍ରୀନଗର,୯ ।୪: ଦକ୍ଷିଣ କଶ୍ମୀରର ୨ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ପ୍ରଥମ ଏନକାଉଣ୍ଟର ଅନନ୍ତନାଗର ସିରହମାରେ ଚାଲିଛି । ଏଠାରେ ୧-୨ ଜଣ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଛି । ଦ୍ୱିତୀୟ ଏନକାଉଣ୍ଟର କୁଲଗାମ ଜିଲା ହାଜିପୋରାର ଦମହଲରେ ଚାଲିଥିବା ସୂଚନା ମିଳିଛି । ଏଠାରେ ୨-୩ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ଦକ୍ଷିଣ କଶ୍ମୀରର କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ବାରମ୍ବାର ଅଶାନ୍ତିର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ଆଉ ସୁରକ୍ଷାକର୍ମୀ ଏହାର କଡା ଜବାବ ବି ଦେଉଛନ୍ତି । ବୁଧବାର ପୁଲୱାମା ଜିଲା ତ୍ରାଲ ଅଞ୍ଚଳରେ ସୁରକ୍ଷାର୍କମୀଙ୍କ ସହ ହୋଇଥିବା ମୁହାଁମୁହିଁରେ ଆତଙ୍କବାଦୀ ସଙ୍ଗଠନ ଅଂସାର ଗଜବତୁଲ ହିନ୍ଦ ଓ ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Share