Categories: ଫୁରସତ

ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତୁଛି, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକି ମନରେ ଉତ୍କଣ୍ଠା ଆଣିଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଲୋକଙ୍କ ହୃଦୟକୁ ଜିତିପାରିଛି। ଯେଉଁଥିରେ ଦୁଇଜଣ ବୃଦ୍ଧା ପୁରୁଣା ହିନ୍ଦୀ ଗୀତ ‘ପିୟା ତୁ ଅବ୍‌ ତୋ ଆ ଜା’ରେ ନାଚୁଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।

୧୫ ସେକେଣ୍ଡର ଏହି ଭିଡିଓଟି @peechetodekho ନାମକ ଟୁଇଟର୍‌ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓଟିରେ ଦୁଇଜଣ ବୃଦ୍ଧା ୧୯୭୧ ମସିହାରେ ଆଶା ଭୋଁସଲେ ଗାଇଥିବା ହିଟ୍‌ ଗୀତ ‘ପିୟା ତୁ ଅବ୍‌ ତୋ ଆ ଜା’ରେ ନାଚୁଛନ୍ତି।

ଏହି ଦୁଇ ବୃଦ୍ଧାଙ୍କ ନୃତ୍ୟ ଦେଖି ଜଣେ ବୃଦ୍ଧ ମଧ୍ୟ ସେଠାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ସେ ମଧ୍ୟ ସେମାନଙ୍କ ସହିତ ତାଳ ଦେଇ ନାଚୁଛନ୍ତି। ଭିଡିଓରେ ଉଭୟ ବୃଦ୍ଧା ସମାନ ନୃତ୍ୟ ଷ୍ଟେପ୍‌ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଯେମିତି କି ଫିଲ୍ମରେ ଅଭିନେତ୍ରୀ କରିଥିଲେ। ଲୋକମାନେ ତାଙ୍କର ଉତ୍ସାହକୁ ପ୍ରଶଂସା କରୁଛନ୍ତି ।

ଏହା ଦେଖି ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଛନ୍ତି, ଏହା ବହୁତ ସୁନ୍ଦର। ସେହିପରି ଭିଡିଓଟିକୁ ହଜାରେରୁ ଅଧିକ ଥର ଦେଖାଯାଇଥିବାବେଳେ ହଜାର ହଜାର ଲୋକ ଏହାକୁ ଶେୟାର ଏବଂ ଲାଇକ୍‌ କରିଛନ୍ତି।

ସ୍ମରଣଯୋଗ୍ୟ, ଗୀତ ‘ପିୟା ତୁ ଅବ ତୋ ଆ ଜା’କୁ ଆରଡି ବର୍ମନ ରଚନା କରିଥିଲେ। ଏହି ଗୀତରେ ହେଲେନ୍‌ ନାଚିଥିଲେ। ଏଥିରେ ଜିତେନ୍ଦ୍ର ଏବଂ ଆଶା ପାରେଖ ମୁଖ୍ୟ ଭୂମିକାରେ ଥିଲେ।

Share