୨ ଅଭିଯୁ୍‌କ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ,୧୯।୭ ୨୦୨୦ ସେପ୍ଟେମ୍ବରରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମବାହାଳି ଛକରେ ରହୁଥିବା ଜରି ଗୋଟାଳି ରାଜୁ ଓରଫ୍‌ ବିଜୁଙ୍କ ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଜିଲା ଦୌରାଜଜ୍‌ ଘଟଣାର ୨ ଅଭିଯୁକ୍ତ ମନୋଜ ରାଉତ ଓ ଦୁଃଖୀରାମ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ନିମବାହାଳି ଛକରେ ରହୁଥିବା ଜରିଗୋଟାଳି ରାଜୁଙ୍କର ଜଣେ ମହିଳାଙ୍କ ସହ ବିବାହକୁ ନେଇ ତାଙ୍କ ସହିତ ରହୁଥିବା ମନୋଜ ଓ ଦୁଃଖୀରାମଙ୍କ ମଧ୍ୟରେ ବିବାଦ ହୋଇଥିଲା। ମହିଳା ଜଣକ ରାଜୁଙ୍କୁ ବିବାହ କରିବା ପାଇଁ ଚାହିଁବାରୁ ମନୋଜ ଏହାର ପ୍ରତିବାଦ କରିଥିଲେ। କାରଣ ମନୋଜ ସମ୍ପୃକ୍ତା ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସମ୍ପୃକ୍ତା ମହିଳା ଏଥିରେ ରାଜି ନ ଥିଲେ। ଏହି ଘଟଣାକୁ ନେଇ ୩ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା। ପ୍ରଥମେ ଦୁଃଖୀରାମ ରାଜୁଙ୍କୁ ଚାପୁଡା ମାରିଥିଲେ। ଏହାପରେ ମନୋଜ ଏକ ଟାଙ୍ଗିଆରେ ରାଜୁଙ୍କ ବେକକୁ ହାଣିଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ନିମବାହାଳି ବଜାରରେ ତେଜରାତି ଦୋକାନ ଦେଇଥିବା ପୀତବାସ ନାୟକ ଘଟଣା ସମ୍ପର୍କରେ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ନଂ. ୨୦୪ା୨୦ରେ ଏକ ମାମଲା ରୁଜୁ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ତତ୍କାଳୀନ ଅଧିକାରୀ ସରୋଜିନୀ ସାମ୍ବଡା କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଏହି ମାମଲାର ସିିଟି ସେସନ୍ସ କେସ୍‌ ନଂ-୧୨ା୨୧ର ବିଚାର କରି ଜିଲା ଦୌରାଜଜ୍‌ ଶରତ କୁମାର ଦେହୁରୀ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପବ୍ଲିକ ପ୍ରସିକ୍ୟୁଟର ଗଣେଶ କୁମାର ବେହେରା ପରିଚାଳନା କରିଥିଲେ। ଅଭିଯୁକ୍ତ ମନୋଜଙ୍କ ଘର କଳାହାଣ୍ଡି ଜିଲା ଭବାନୀପାଟଣା ଥାନା ଜେନାଖୋଲପଡ଼ା ଓ ଦୁଃଖୀରାମଙ୍କ ଘର ଅନୁଗୋଳ ଜିଲା ଜରପଡ଼ା ଥାନା ପୁରୁଣା ଗ୍ରାମରେ ହୋଇଥିତ୍ବା ବେଳେ ସେମାନଙ୍କ ପରିବାର ବର୍ତ୍ତମାନ ଢେଙ୍କାନାଳ ଟାଇନପ୍ଲାନିଂ ଅଞ୍ଚଳରେ ରହୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri