ରାଜ୍ୟରେ ୨ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌…

ଥିରୁଭାନନ୍ତପୁରମ୍‌,୨୯।୭: ଦେଶରେ କରୋନାର ଦ୍ୱିତୀୟ ଲହର ଥମୁଥିବାବେଳେ କେରଳରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ୩୧ ଜୁଲାଇ(ଶନିବାର) ଏବଂ ୧ ଅଗଷ୍ଟ(ରବିବାର) ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ୬ ଜଣିଆ ସ୍ବାସ୍ଥ୍ୟ ଦଳ ରାଜ୍ୟକୁ ପଠାଇବା ଲାଗି ଯୋଜନା କରିଛନ୍ତି। ଦଳର ନେତୃତ୍ୱ ନ୍ୟାଶନାଲ ସେଣ୍ଟର ଅଫ ଡିଜିଜ୍‌ କଣ୍ଟ୍ରୋଲ (ଏନ୍‌ସିଡିସି)ର ନିର୍ଦ୍ଦେଶକ ନେବେ। ଦଳର ସଦସମାନେ କେରଳ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ଏଲ୍‌. ମାଣ୍ଡବ୍ୟ ସୂଚନା ପ୍ରଦାନ କରିଛନ୍ତି।

Share