ବିଧାନସଭା ଅଧିବେଶନର ୨ ଦିନ ପୂର୍ବରୁ ୨୩ ବିଧାୟକ କରୋନା ପଜିଟିଭ୍‌

ଚଣ୍ଡିଗଡ଼,୨୬।୮: ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ୩ଜଣ ବିଧାୟକ ପଜିଟଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ତେବେ ରିପୋର୍ଟ ଆସିବା ପରେ ସାମାନ୍ୟ ଲକ୍ଷଣ ଥିବା ବିଧାୟକ ହୋମ୍‌ ଆଇସୋଲେଶନ୍‌ରେ ଥିବା ବେଳେ ଅନ୍ୟମାନେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବୁଧବାର ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୨୮ରୁ ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହାପୂର୍ବରୁ ଗୃହର ସମସ୍ତ ସଦସ୍ୟଙ୍କର ବାଧ୍ୟତାମୂଳକ କରୋନା ଯାଞ୍ଚ କରାଯାଇଥିଲା। ତେବେ ଏହି ଯାଞ୍ଚରେ ୨୩ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Share