Categories: ଜାତୀୟ

ଯବାନଙ୍କ ଗୁଳିରେ ଟଳିପଡିଲେ ୨ ନାଗରିକ

ଶ୍ରୀନଗର,୧୬।୧୨: ଜମ୍ମୁ ଡିଭିଜନର ରାଜୋରି ଜିଲାରେ ଯବାନଙ୍କ ଗୁଳିରେ ଶୁକ୍ରବାର ୨ ନାଗରିକ ଟଳିପଡିଛନ୍ତି। ସେନା ଶିବିର ନିକଟରେ ସନ୍ଦେହଜନକ ଗତିବିଧି ଦେଖି ଯବାନ ଗୁଳି କରିିଥିଲେ। ଏଥିରେ ଶାଲିନ୍ଦର କୁମାର ଏବଂ କମଲ କିଶୋର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଥିବାବେଳେ ଜଣେ ଆହତ ହୋଇଥିବା। ମୃତକ ଦୁହେଁ ସ୍ଥାନୀୟ ନାଗରିକ। ଏହି କାରଣରୁ ଏହି ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ରାଜପଥ ଅବରୋଧ କରି ସେନା ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି।
ଏହି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କ୍ରୋଧିତ ଲୋକମାନେ ସେନା ଶିବିରରେ ପଥର ଫିଙ୍ଗିଥିଲେ ଏବଂ ପରେ ରାଜପଥ ଅବରୋଧ କରିଥିଲେ। ବିକ୍ଷୋଭକାରୀମାନେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମ୍ପର୍କୀୟଙ୍କ ପାଇଁ ଚାକିରି, ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ଏବଂ ଏ ବାବଦରେ ମାମଲା ରୁଜୁ ଦାବି କରୁଛନ୍ତି।

Share