ଗାଁ ଦାଣ୍ଡରେ ଖେଳୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା ୨ ପିଲାଙ୍କ ଜୀବନ…

ଧର୍ମଶାଳା,୧୬।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଂଚାୟତର ବୁରୁସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ଦୁଇଜଣ ପିଲାଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୫ଟା ସମୟରେ ବୁରୁସାହି ଗ୍ରାମର ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର(୧୨) ଓ ଅର୍ଜୁନ ହେମ୍ରମମଙ୍କ ପୁଅ ତାରା ହେମ୍ରମ(୧୩) ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଏଥିରେ ଉଭୟ ଗୁରୁତର ହୋଇ ପଡିଥିଲେ । ପରେ ସେମାନଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଡ଼ାକ୍ତରଙ୍କ ସହ ଆଲୋଚନା କରିଥିଲେ ଏବଂ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri