ଗୋଟିଏ ଘଟଣାରେ ଦୁଇଟି ମାମଲା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ହାଟଡିହୀ,୧୪ା୭(ଡି.ଏନ୍‌.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ଦିଲ୍ଲୀପ କୁମାର ସାହୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ ୧୩୭/୨୦.୬.୨୨ ଅଟେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା କହିଛି l ଅପରପକ୍ଷେ ସେହି ସମାନ ଘଟଣାକୁ ନେଇ ୩ ସପ୍ତାହ ପରେ ଭିଜିଲାନ୍ସ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି। କେସ୍‌ ନଂ ୨୦/୧୧.୭.୨୦୨୨ ଅଟେ l ଭଦ୍ରକ ଭିଜିଲାନ୍ସ ୟୁନିଟର ଇନ୍ସପେକ୍ଟର ସୁଲୋଚନା ନାୟକ ବୁଧବାର ତହସିଲକୁ ଯାଇ ତଦନ୍ତ କରିଥିବା ଏବଂ କ୍ୟାଶ ବହି ଜବତ କରିଥିବା କହିଛନ୍ତି। ତାଙ୍କ କହିବା ଅନୁସାରେ ଜିତେନ୍ଦ୍ର ରାଉତ ରାୟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ରୟାଲିଟି ଏବଂ ପେନାଲ୍ଟି ବାବଦରେ ୪୦ ହଜାର ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ସରକାରୀ ରାଜକୋଷରେ ୪ ହଜାର ଟଙ୍କା ଜମା କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ। ଲୋକାୟୁକ୍ତରେ ହୋଇଥିବା କେସ୍‌ ନଂ ୧୨୨/୨୨ ଅଟେ l ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ ହୋଇଛି। ତେବେ ଗୋଟିଏ ଘଟଣାକୁ ନେଇ ଦୁଇଟି ପୃଥକ୍‌ ମାମଲା ରୁଜୁ ହେବା ଆଶ୍ଚର୍ଯ୍ୟଜନକ। ତେବେ ଅଭିଯୁକ୍ତଙ୍କୁ ପୋଲିସ ନା ଭିଜିଲାନ୍ସ କିଏ ଗିରଫ କରିବ ତାହା ବଡ଼ ପ୍ରଶ୍ନ ସାଜିଛି। ଯାହାକି ଅଭିଯୁକ୍ତଙ୍କୁ ସୁହାଇବ l ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପଟ୍ଟନାୟକ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ ହୋଇ ପୃଥକ୍‌ ବିଚାର ହୋଇପାରିବ ନାହିଁ। ଦୁଇଟି ଯାକ ମାମଲା ମିଶି ଗୋଟିଏ ହେବ ଏବଂ ବିଚାର ହେବ। ଅପରପକ୍ଷେ ଶ୍ରୀକାନ୍ତ ଜେନା ଏବଂ ଅଭିମନ୍ୟୁ ଭୂୟାଁ ଜାମିନ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବିଏଲଏପିଏଲ କେସ୍‌ ନଂ ୭୬୪୭/୨୨ ଏବଂ ୮୩୫୬/୨୨ ଅଟେ l ଅଭିଯୁକ୍ତ ଶ୍ରୀକାନ୍ତ ଏବଂ ଅଭିମନ୍ୟୁ କହିଛନ୍ତି, ଆମର କୌଣସି ଦୋଷ ନାହିଁ l ଆମକୁ ଫସାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri