Posted inଜାତୀୟ

ଶିବଲିଙ୍ଗ ପାଇବା ପାଇଁ ଦୁଇ ଭାଇ ମିଶି କରୁଥିଲେ ତନ୍ତ୍ର ସାଧନା, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯ା୮: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଏହି ଅନ୍ଧବିଶ୍ୱାସ ଯୋଗୁ ପ୍ରତିଦିନ ନାନା ଅଘଟଣ ଘଟୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଅନ୍ଧବିଶ୍ୱାସ ହେତୁ ଦୁଇ ଭାଇ ଶିବଲିଙ୍ଗଙ୍କୁ ପାଇବା ପାଇଁ ଘର ଭିତରେ ଥିବା କୋଠରିରେ ତନ୍ତ୍ର ପୂଜା ଚଳାଇଥିଲେ। ଏହି ସମୟରେ ଜଣେ ଭାଇଙ୍କ ମୃତ୍ୟୁ ପରେ ଆଉ ଜଣେ ଭାଇ ନିଜ ଭାଇକୁ ବଞ୍ଚାଇବା ପାଇଁ ଅନେକ ଦିନ ଧରି ସେହି ଘର ତନ୍ତ୍ର ସାଧନା କରୁଥିଲେ।
ତେବେ ଏନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ଏହି ଘଟଣା ଲକ୍ଷ୍ନୌର ଇଟୁଞ୍ଜା ଥାନା ଅନ୍ତର୍ଗତ ଉସରନା ଗାଁରେ ଘଟିଛି। ବ୍ରିଜେଶ ରାଓ୍ବତ ସ୍ତ୍ରୀ ଏବଂ ପିଲାଙ୍କ ସହ ଏଠାରେ ରହୁଥିଲେ। ଭାଇ ଓ ମା’ ମଧ୍ୟ ତାଙ୍କ ସହିତ ଘରେ ରହୁଥିଲେ। ପରିବାର ବର୍ଗଙ୍କ କହିବା ଅନୁଯାୟୀ, ବ୍ରିଜେଶ ଏବଂ ତାଙ୍କ ଭାଇ ମୂଲଚାନ୍ଦ ଶିବଲିଙ୍ଗ ପାଇବା ପାଇଁ କୋଠରିରେ ତାଲା ପକାଇ ତନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ। ଏହା ପରେ ବ୍ରିଜେଶ ଉଲଗ୍ନ ହୋଇ କୋଠରିରେ ପୂଜାପାଠ କରିଥିଲେ। ଏହି ସମୟରେ କୌଣସି କାରଣ ବଶତଃ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଭାଇଙ୍କୁ ବଞ୍ଚାଇବା ପାଇଁ ତନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ ମୂଲଚାନ୍ଦ । ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ ଦେଇଥିଲେ ଯେ, ଯଦି କେହି ତନ୍ତ୍ର ଶିକ୍ଷାକୁ ବାଧା ଦିଅନ୍ତି ତେବେ ଏହା ନଷ୍ଟ ହୋଇଯିବ। ଏହା ପରେ ସେ ନିଜ ଭାଇଙ୍କ ମୃତଦେହ ସହିତ ଏକ କୋଠରିରେ ତନ୍ତ୍ର ପୂଜା ଆରମ୍ଭ କରିଥିଲେ। ପଡ଼ୋଶୀମାନେ ମୃତ ବ୍ରିଜେଶଙ୍କ ବିଷୟରେ ପଚରାଉଚରା କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କବାଟ ନ ଖୋଲିବାରୁ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ॥

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୀର୍ଘ ସମୟ ଧରି କବାଟ ବାଡ଼େଇଥିଲା। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ପରେ କବାଟ ଭାଙ୍ଗି ପୋଲିସ ଭିତରେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ବ୍ରିଜେଶଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ବେଳେ ମୂଲଚାନ୍ଦ ଭାଇଙ୍କ ମୃତଦେହ ନିକଟରେ ବସି ତନ୍ତ୍ର ସାଧନା କରୁଥିଲେ। ଏହା ପରେ ପୋଲିସ ମୃତଦେହ ଜବତ କରିବା ସହ ମୂଲଚାନ୍ଦଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri