Posted inଜାତୀୟ

ଶିବଲିଙ୍ଗ ପାଇବା ପାଇଁ ଦୁଇ ଭାଇ ମିଶି କରୁଥିଲେ ତନ୍ତ୍ର ସାଧନା, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯ା୮: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଏହି ଅନ୍ଧବିଶ୍ୱାସ ଯୋଗୁ ପ୍ରତିଦିନ ନାନା ଅଘଟଣ ଘଟୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଅନ୍ଧବିଶ୍ୱାସ ହେତୁ ଦୁଇ ଭାଇ ଶିବଲିଙ୍ଗଙ୍କୁ ପାଇବା ପାଇଁ ଘର ଭିତରେ ଥିବା କୋଠରିରେ ତନ୍ତ୍ର ପୂଜା ଚଳାଇଥିଲେ। ଏହି ସମୟରେ ଜଣେ ଭାଇଙ୍କ ମୃତ୍ୟୁ ପରେ ଆଉ ଜଣେ ଭାଇ ନିଜ ଭାଇକୁ ବଞ୍ଚାଇବା ପାଇଁ ଅନେକ ଦିନ ଧରି ସେହି ଘର ତନ୍ତ୍ର ସାଧନା କରୁଥିଲେ।
ତେବେ ଏନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ଏହି ଘଟଣା ଲକ୍ଷ୍ନୌର ଇଟୁଞ୍ଜା ଥାନା ଅନ୍ତର୍ଗତ ଉସରନା ଗାଁରେ ଘଟିଛି। ବ୍ରିଜେଶ ରାଓ୍ବତ ସ୍ତ୍ରୀ ଏବଂ ପିଲାଙ୍କ ସହ ଏଠାରେ ରହୁଥିଲେ। ଭାଇ ଓ ମା’ ମଧ୍ୟ ତାଙ୍କ ସହିତ ଘରେ ରହୁଥିଲେ। ପରିବାର ବର୍ଗଙ୍କ କହିବା ଅନୁଯାୟୀ, ବ୍ରିଜେଶ ଏବଂ ତାଙ୍କ ଭାଇ ମୂଲଚାନ୍ଦ ଶିବଲିଙ୍ଗ ପାଇବା ପାଇଁ କୋଠରିରେ ତାଲା ପକାଇ ତନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ। ଏହା ପରେ ବ୍ରିଜେଶ ଉଲଗ୍ନ ହୋଇ କୋଠରିରେ ପୂଜାପାଠ କରିଥିଲେ। ଏହି ସମୟରେ କୌଣସି କାରଣ ବଶତଃ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଭାଇଙ୍କୁ ବଞ୍ଚାଇବା ପାଇଁ ତନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ ମୂଲଚାନ୍ଦ । ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ ଦେଇଥିଲେ ଯେ, ଯଦି କେହି ତନ୍ତ୍ର ଶିକ୍ଷାକୁ ବାଧା ଦିଅନ୍ତି ତେବେ ଏହା ନଷ୍ଟ ହୋଇଯିବ। ଏହା ପରେ ସେ ନିଜ ଭାଇଙ୍କ ମୃତଦେହ ସହିତ ଏକ କୋଠରିରେ ତନ୍ତ୍ର ପୂଜା ଆରମ୍ଭ କରିଥିଲେ। ପଡ଼ୋଶୀମାନେ ମୃତ ବ୍ରିଜେଶଙ୍କ ବିଷୟରେ ପଚରାଉଚରା କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କବାଟ ନ ଖୋଲିବାରୁ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ॥

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୀର୍ଘ ସମୟ ଧରି କବାଟ ବାଡ଼େଇଥିଲା। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ପରେ କବାଟ ଭାଙ୍ଗି ପୋଲିସ ଭିତରେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ବ୍ରିଜେଶଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ବେଳେ ମୂଲଚାନ୍ଦ ଭାଇଙ୍କ ମୃତଦେହ ନିକଟରେ ବସି ତନ୍ତ୍ର ସାଧନା କରୁଥିଲେ। ଏହା ପରେ ପୋଲିସ ମୃତଦେହ ଜବତ କରିବା ସହ ମୂଲଚାନ୍ଦଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri