ଛେଳି ପାଇଁ ମଝି ନଈରେ ଫସିଲେ ୨ଭାଇ : ଭରା ନଈ ପହଁରି ସୁରକ୍ଷିତ ଫେରିଲେ

ବାଙ୍ଗିରିପୋଷି,୨୨।୯(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳରେ ୨ ଭାଇ ନଦୀ ମଝିରେ ଛେଳି ଉଦ୍ଧାର କରିବାକୁ ଯାଇ ଦୀର୍ଘ ସମୟ ବନ୍ୟା ପାଣି ଘେରରେ ରହିବା ପରେ ସୁରକ୍ଷିତ ଫେରିଛନ୍ତି। ପାଣି କମିବା ପରେ ସ୍ଥାନୀୟ ଲୋକେ ଛେଳି ମାନଙ୍କୁ ଉଦ୍ଧାର କରି ନେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ଆଜି ବାଙ୍ଗିରିପୋଷି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ା
ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଲକ୍ଷ୍ମୀକାନ୍ତ କଲେଜର ଅନତିଦୂରରେ ଥିବା ବୁଢାବଳଙ୍ଗ ନଦୀକୁ ନିକଟସ୍ଥ ଚାଉଳଘୋରୀ ଗ୍ରାମର ଉପେନ୍ଦ୍ର ସିଂ ଏବଂ ଦେବେନ୍ଦ୍ର ସିଂ ନାମକ ୨ସମ୍ପର୍କୀୟ ଭାଇ ସୋମବାର ମଧ୍ୟାହ୍ନ ପାଖାପାଖି ଗାଧୋଇବାକୁ ଯାଇଥିଲେ ା ତେବେ ନଈ ମଝିରେ ଥିବା ଏକ ପଥରରେ ୨ଟି ଛେଳି ଅଟକି ରହିଥିବା ଦେଖି ଅଳ୍ପ ପାଣି ଥିବାରୁ ଛେଳି ଦୁଇଟିକୁ ଉଦ୍ଧାର ପାଇଁ ଉଭୟ ଭାଇ ସେମାନଙ୍କ ପାଖରେ ପହଞ୍ଚତ୍ଥିଲେ। ତେବେ ମାତ୍ର ଅଳ୍ପ କିଛି କ୍ଷଣକ ମଧ୍ୟରେ ହଠାତ ଉପରମୁଣ୍ଡରୁ ବୁଢାବଳଙ୍ଗରେ ପ୍ରଖର ବେଗରେ ମାଡି ଆସିଲା ବନ୍ୟା ଜଳ। ଫଳରେ ପାଣିର ପ୍ରଖରତା ଯୋଗୁଁ ଉଭୟ ଆଉ କୂଳକୁ ଫେରି ପାରି ନ ଥିଲେ ଏବଂ ମଝି ନଈରେ ଛେଳି ସହ ଦୁଇ ଭାଇ ଫଶି ରହିଲେ। କେତେକ ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସାହସ ଜୁଟାଇ ପାରିନଥିଲେ। ଅନ୍ୟପକ୍ଷେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିର ସୁଅ କମି ନଥିଲା। ପ୍ରାୟ ୧ଘଣ୍ଟା ପାଖାପାଖି ସମୟ ପରେ ଖବର ପାଇ ବାଙ୍ଗିରିପୋଷି ଅଗ୍ନିଶମ ଅଧିକାରୀ ପ୍ରଦୀପ ପାତ୍ରଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚତ୍ଲେ। ସୁଅ ଅଧିକ ଥିବାରୁ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟକୁ ପହଞ୍ଚତ୍ବା ସମ୍ଭବପର ହୋଇ ନ ଥିଲା ା ତେବେ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ହଠାତ ଜଣକ ପରେ ଜଣେ ୨ ଭାଇ ନଈକୁ ଡିଆଁ ମାରିଦେଇଥିଲେ। ତେବେ ପାଣି ସୁଅରେ କିଛି ଦୂର ଭାସିବା ପରେ ଉଭୟ ନିରାପଦ ଭାବେ କୂଳରେ ପହଞ୍ଚତ୍ ଯାଇଥିଲେ।