Categories: ଜାତୀୟ

କାନରେ ଇୟରଫୋନ୍‌ ଲଗାଇ ରେଳ ଟ୍ରାକ୍‌ରେ ଚାଲୁଥିଲେ ୨ ଯୁବକ, ଆଉ ତା’ ପରେ…

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲାର ରେଳ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ୩ଟି ଟ୍ରେନ୍‌ ଅଧ ଘଣ୍ଟା ଅଟକି ରହିଥିଲା।

୧୯ ବର୍ଷୀୟ ଇର୍‌ଫାନ ଏବଂ ୧୬ ବର୍ଷୀୟ କଲିମ ଶୁକ୍ରବାର ସନ୍ଧ୍ୟାରେ ରେଳ ଟ୍ରାକ୍‌ ଦେଇ ବୁରହାନପୁର ଅଭିମୁଖେ ଯାଉଥିଲେ। କିଛି ସମୟ ପରେ କର୍ଣ୍ଣାଟକ ଏକ୍ସପ୍ରେସ ଭୁସାବଲରୁ ଲାଲବାଗ ରେଳ ଷ୍ଟେଶନକୁ ଆସୁଥିଲା। ରେଳ ଟ୍ରାକ ପୋଲ୍‌ ନମ୍ବର ୪୯୬/୨ ରୁ ୪୯୬/୪ ମଧ୍ୟରେ ଟ୍ରେନରେ କଟି ଉଭୟଙ୍କର ମୃତ୍ୟୁ ଘଟିଛି।

ଲାଲବାଗ ଷ୍ଟେଶନରେ ପହଞ୍ଚିବା ପରେ କର୍ଣ୍ଣାଟକ ଏକ୍ସପ୍ରେସର ଡ୍ରାଇଭର ଦୁର୍ଘଟଣା ସମ୍ପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର କହିଛନ୍ତି ଯେ, ଉଭୟ ଯୁବକ ଟ୍ରାକରେ ଯାଉଥିବା ବେଳେ ସେ ସାଇରନ ବଜାଇବା ଥିଲେ। ତଥାପି ସେମାନେ ଟ୍ରାକରୁ ଘୁଞ୍ଚି ନ ଥିଲେ। ଯେଉଁଥିପାଇଁ ଉଭୟଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା।

ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ସେହି ସମୟରେ ଟ୍ରେନ ଅନ୍ୟ ଏକ ଟ୍ରାକ୍‌ରେ ଆସିଥିଲା। ସୂଚନା ପାଇବା ମାତ୍ରେ ରେଳବାଇ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଖବର ପାଇ ଗ୍ରାମବାସୀ ମୃତ ଯୁବକ ଦ୍ୱୟଙ୍କୁ ଚିହ୍ନଟ କରିବା ପାଇଁ ଟ୍ରାକରେ ପହଞ୍ଚିଥିଲେ।

ଟ୍ରେନର ଶକ୍ତ ଧକ୍କା ହେତୁ ଶରୀରର ଏତେଖଣ୍ଡ ଥିଲା ଯେ, ଚେହେରା ଚିହ୍ନିବା ମଧ୍ୟ କଷ୍ଟସାଧ୍ୟ ଥିଲା। ମୃତଦେହ ଖୋଜିବା ପାଇଁ ପୋଲିସ ସମେତ ପ୍ରାୟ ୪୦ ଜଣ ଲୋକଙ୍କୁ ଦୁଇ ଘଣ୍ଟା ଲାଗିଥିଲା। ପୋଲିସର କହିବାନୁସାରେ, ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ, ତଦନ୍ତ ଚାଲିଛି। ମୃତ ଦେହର କିଛି ଅଂଶ ସଂଗ୍ରହ କରାଯାଇଛି। ବର୍ତ୍ତମାନ ମଧ୍ୟ ଖୋଜା ଚାଲିଛି। ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, କଲିମ ଦ୍ୱାଦଶ ଶ୍ରେଣୀର ଛାତ୍ର ଏବଂ ଇରଫାନ ଜଣେ ଶ୍ରମିକ ଭାବରେ କାମ କରୁଥିଲେ।

Share