ତାରିଣୀଙ୍କ ଦର୍ଶନ ସାରି ଫେରୁଥିଲେ ୨ ସାଙ୍ଗ, ପିଟିଦେଲା ଟ୍ରକ୍‌

ଆନନ୍ଦପୁର,୧୦।୪(ସ୍ବ.ପ୍ର.): ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥର ବିରଗୋବିନ୍ଦପୁରଠାରେ ଟ୍ରକ୍‌ ଧକ୍କାରେ ସୋମବାର ଦୁଇ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଗୁରୁତରଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସେମାନେ ହେଲେ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ସରପଞ୍ଚ ବିକ୍ରମ ପିଙ୍ଗୁଆ ଏବଂ ତାଙ୍କ ସାଙ୍ଗ। ବିକ୍ରମ ନିଜ ସାଙ୍ଗଙ୍କ ସହିତ ବାଇକ୍‌ ଯୋଗେ ତାରିଣୀ ଦର୍ଶନ ସାରି ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘସିପୁରା ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ କରି ଅଧିକ ତଦନ୍ତ ଚଳାଇଛି।