ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛାତ୍ରନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ (୩୨) ଓ ପ୍ରସନ୍ନଜିତ୍‌ ମାଲ୍ଲା (୩୫)। ଏ ସମ୍ପର୍କରେ କମିଶନରେଟ ପୋଲିସ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆହୁରି ଏକାଧିକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଭିଯୋଗକ୍ରମେ ପୋଲିସ ଏହି ପଦକ୍ଷେପ ନେଇଛି। ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଇତିଶ ଓ ତାଙ୍କ ସହଯୋଗୀ କଂଗ୍ରେସ ଭବନ ପରିସରରେ ପଶି ଛାତ୍ର କଂଗ୍ରେସ ପ୍ରକୋଷ୍ଠକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୋଡ଼ି ନଷ୍ଟ କରିଦେଇଥିଲେ। ଏଥିସହ କଂଗ୍ରେସ ଭବରେ ଥିବା କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଖବର ପାଇ ଛାତ୍ର କଂଗ୍ରେସ ସଭାପତି ୟାସିର ସେଠାରେ ପହଞ୍ଚତ୍ବାରୁ ସେମାନେ ଖଣ୍ଡା ଓ ବନ୍ଧୁକ ଦେଖାଇ ଜୀବନରୁ ହତ୍ୟା କରିବାକୁ ଧମକ ଦେଇ ଜାଗା ଛାଡି ଚାଲିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୧୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ପୋଲିସ ରବିବାର ଘଟଣାସ୍ଥଳରୁ ପାଉଁଶ, ନଷ୍ଟ ହୋଇଥିବା ଅଫିସ୍‌ ସାମଗ୍ରୀ ସହିତ ଅଳ୍ପ ପେଟ୍ରୋଲ ଥିବା ଗୋଟିଏ ପ୍ଲାଷ୍ଟିକ ବୋତଲ ଜବତ କରିଥିଲା। ତେବେ ସାରେ ଅଭିଯୁକ୍ତ ଇତିଶ ଆଉଏକ ବଡ଼ ଧରଣଣ ସଙ୍ଗବଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ କ୍ୟାପିଟାଲ ଓ ଶହୀଦନଗର ଥାନା ପୋଲିସ ସେମାନଙ୍କ ଖଟିରେ ଚଢାଉ କରିଥିଲା। ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଇତିଶ ଓ ଅନ୍ୟକେତେଜଣଙ୍କୁ ପୋଲିସ ଧରିବା ସମୟରେ ସେଠାରେ ଉପସ୍ଥିତ ୧୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ କାଠ ଫାଳିଆ ଜବତ କରିଥିଲା।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଇତିଶଙ୍କ ସମେତ ଅନ୍ୟ କେତେଜଣଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହାକୁ ନେଇ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମତଭେଦ ଓ ଅସନ୍ତୋଷ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ବିଶୃଙ୍ଖଳିତ ଆଚରଣ କରୁଥିବା କର୍ମୀ ଓ ଛାତ୍ର ନେତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା। ତେଣୁ ଉକ୍ତ ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ନେଇ ୟାସିର ପୋଲିସକୁ ଜଣାଇ ଆସୁଥିଲେ। ଶନିବାର ଘଟଣା ପରେ ପୋଲିସ ତଦନ୍ତବେଳେ ଇତିଶଙ୍କ ସମ୍ପୃକ୍ତି ନେଇ ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri