ଛାତ୍ର ନେତା ଇତିଶଙ୍କ ସମେତ ୨ ଗିରଫ

ଭୁବନେଶ୍ୱର,୧୧।୧(ବ୍ୟୁରୋ): କଂଗ୍ରେସ ଭବନରେ ପେଟ୍ରୋଲ ପକାଇ ନିଆଁ ଲଗାଇବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଛାତ୍ରନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ (୩୨) ଓ ପ୍ରସନ୍ନଜିତ୍‌ ମାଲ୍ଲା (୩୫)। ଏ ସମ୍ପର୍କରେ କମିଶନରେଟ ପୋଲିସ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆହୁରି ଏକାଧିକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଭିଯୋଗକ୍ରମେ ପୋଲିସ ଏହି ପଦକ୍ଷେପ ନେଇଛି। ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଇତିଶ ଓ ତାଙ୍କ ସହଯୋଗୀ କଂଗ୍ରେସ ଭବନ ପରିସରରେ ପଶି ଛାତ୍ର କଂଗ୍ରେସ ପ୍ରକୋଷ୍ଠକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ପୋଡ଼ି ନଷ୍ଟ କରିଦେଇଥିଲେ। ଏଥିସହ କଂଗ୍ରେସ ଭବରେ ଥିବା କର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଖବର ପାଇ ଛାତ୍ର କଂଗ୍ରେସ ସଭାପତି ୟାସିର ସେଠାରେ ପହଞ୍ଚତ୍ବାରୁ ସେମାନେ ଖଣ୍ଡା ଓ ବନ୍ଧୁକ ଦେଖାଇ ଜୀବନରୁ ହତ୍ୟା କରିବାକୁ ଧମକ ଦେଇ ଜାଗା ଛାଡି ଚାଲିଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ.୧୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ପୋଲିସ ରବିବାର ଘଟଣାସ୍ଥଳରୁ ପାଉଁଶ, ନଷ୍ଟ ହୋଇଥିବା ଅଫିସ୍‌ ସାମଗ୍ରୀ ସହିତ ଅଳ୍ପ ପେଟ୍ରୋଲ ଥିବା ଗୋଟିଏ ପ୍ଲାଷ୍ଟିକ ବୋତଲ ଜବତ କରିଥିଲା। ତେବେ ସାରେ ଅଭିଯୁକ୍ତ ଇତିଶ ଆଉଏକ ବଡ଼ ଧରଣଣ ସଙ୍ଗବଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ କ୍ୟାପିଟାଲ ଓ ଶହୀଦନଗର ଥାନା ପୋଲିସ ସେମାନଙ୍କ ଖଟିରେ ଚଢାଉ କରିଥିଲା। ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରୁ ଇତିଶ ଓ ଅନ୍ୟକେତେଜଣଙ୍କୁ ପୋଲିସ ଧରିବା ସମୟରେ ସେଠାରେ ଉପସ୍ଥିତ ୧୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ କାଠ ଫାଳିଆ ଜବତ କରିଥିଲା।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଇତିଶଙ୍କ ସମେତ ଅନ୍ୟ କେତେଜଣଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ଏହାକୁ ନେଇ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମତଭେଦ ଓ ଅସନ୍ତୋଷ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ବିଶୃଙ୍ଖଳିତ ଆଚରଣ କରୁଥିବା କର୍ମୀ ଓ ଛାତ୍ର ନେତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା। ତେଣୁ ଉକ୍ତ ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ନେଇ ୟାସିର ପୋଲିସକୁ ଜଣାଇ ଆସୁଥିଲେ। ଶନିବାର ଘଟଣା ପରେ ପୋଲିସ ତଦନ୍ତବେଳେ ଇତିଶଙ୍କ ସମ୍ପୃକ୍ତି ନେଇ ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri