Categories: ଜାତୀୟ

ମୁଣ୍ଡକା ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ଗିରଫ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ଫ୍ୟାକ୍ଟ୍ରି ମାଲିକଙ୍କ ଦୁଇ ପୁଅ ବରୁଣ ଗୋୟଲ ଓ ହରିଶ ଗୋୟଲଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । କୁହାଯାଉଛି କି ଫ୍ୟାକ୍ଟି ମାଲିକଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ହୋଇଛି । ହେଲେ ମୃତଦେହର ପରିଚୟ ମିଳି ନ ଥିବାରୁ ପୋଲିସ ଏ ନେଇ କିଛି କହିନାହିଁ । ତେବେ ଘରର ମାଲିକ ମନିଷ ଲାକଡା ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ମୁଣ୍ଡକାରେ ଥିବା ଏକ ତିନି ମହଲା ଘରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ହେବାରୁ ଏବେ ପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ରାତିରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଶନିବାର ସକାଳୁ ପୁଣି ଏନ୍‌ଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।
ଆହତମାନେ ଚିକିତ୍ସିତ ହେଉଥିବା ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଏକ ହେଲ୍ପ ଡେସ୍କ ଖୋଲାଯାଇଛି । ଏହି ହେଲପ୍ ଡେସ୍କ ମାଧ୍ୟମରେ ମୃତାହତଙ୍କ ସମ୍ପର୍କରେ ତାଙ୍କ ପରିଜନ ସଠିକ ସୂଚନା ପାଇପାରିବେ ବୋଲି ନାଗରିକ ସୁରକ୍ଷା ଅଧିକାରୀ ଏସପି ତୋମର କହିଛନ୍ତି ।

Share