ଦୁଇ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ନିଖୋଜ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର ସହ ଜଡିତ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଆମେରିକାର ସେନା ଆଲାସ୍କାର ମୁଖପାତ୍ର ଜନ ପେନେଲ କହିଛନ୍ତି, ପ୍ରତ୍ୟେକ ହେଲିକପ୍ଟରରେ ଦୁଇଜଣ ଲୋକଥିଲେ। ପେନେଲ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହେଲିକପ୍ଟରରେ ଥିବା ଲୋକଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଏଏଚ୍‌-୬୪ ଆପାଚେ ହେଲିକପ୍ଟର ଦୁଇଟି ଫେୟାରବ୍ୟାଙ୍କ ନିକଟରେ ଅବସ୍ଥିତ ଫୋର୍ଟ ଓ୍ବେନରାଇଟରୁ ଆସିଛି। ଘଟଣାର ତଦନ୍ତ କରାଯାଉଥିବା ଅଧିକାରୀ କହିଛନ୍ତି।

Share