ଭୁଶୁଡ଼ିବାର ଅଢେଇ ବର୍ଷ ବିତିଲା: ତିଆରି ହେଲାନି ପାର୍ବତୀ ସାଗର ପାଚେରି

ପୁରୀ ଅଫିସ,୧୦।୭: ଶ୍ରୀକ୍ଷେତ୍ରରେ ଅନେକ ତୀର୍ଥ ପୁଷ୍କରିଣୀ ରହିଛି। ହେଲେ ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଦିନକୁ ଦିନ ଏକାଧିକ ତୀର୍ଥ ପୁଷ୍କରିଣୀର ସ୍ଥିତି ଦୟନୀୟ ହୋଇପଡୁଛି। ସେହିପରି ପାର୍ବତୀ ସାଗର ପାଚେରି ଭୁଶୁଡ଼ିବା ଇତିମଧ୍ୟରେ ଅଢେଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଲାଣି, ମାତ୍ର ଏ ପର୍ଯ୍ୟନ୍ତ ଏହାକୁ ତିଆରି କରାଯାଉ ନାହିଁ। ମୁକୁଳା ପଡ଼ିିଛି ପ୍ରାୟ ୧୦୦ ଫୁଟର ପାଚେରି। ଏଭଳି ଭାବେ ଶ୍ରୀକ୍ଷେତ୍ରର ଅନେକ ପୁଷ୍କରିଣୀର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କାହାର ପାଚେରି ଭାଙ୍ଗିଛି ତ ଆଉ କାହାର ପାଚେରି ଦୁର୍ବଳ ହୋଇପଡ଼ିଛି। ଭଙ୍ଗା ପାଚେରି ଯୋଗୁ ଅଳିଆ ଆବର୍ଜନା ଏବଂ ବାହାର ପାଣି ପଶି ଅନେକ ପୁଷ୍କରିଣୀ ପ୍ରଦୂଷିତ ହୋଇପଡ଼ିଛି।

ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥାନ୍ତି। କିନ୍ତୁ ଏକାଧିକ ତୀର୍ଥ ପୁଷ୍କରିଣୀଗୁଡ଼ିକର ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି। ସେଥିମଧ୍ୟରୁ ପାର୍ବତୀ ସାଗର ଅନ୍ୟତମ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରକୁ ଲାଗିରହିଛି ପାର୍ବତୀ ସାଗର। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥ ମନ୍ଦିରକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ହାତ, ଗୋଡ଼ ଧୋଇଥାନ୍ତି। ଶ୍ରାବଣ ମାସରେ ବୋଲବମ୍‌ ଭକ୍ତ ଏଠାରେ ସ୍ନାନ କରିଥାନ୍ତି। ସେହିପରି ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନକୁସନ ସଫା କରାଯାଏ। ଦୀର୍ଘଦିନ ହେବ ଏହାର ଉତ୍ତରପାର୍ଶ୍ୱ ପାଚେରି ଦୁର୍ବଳ ରହିଥିଲା। ୨୦୧୭ ଅକ୍ଟୋବର ୨୦ ତାରିଖରେ ଲଗାଣ ବର୍ଷାରେ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡି ପଡ଼ିଥିଲା। ଆଉ ସାଢେ ୩ ମାସ ପରେ ଏହି ପାଚେରି ଭୁଶୁଡ଼ିିବାକୁ ୩ବର୍ଷ ପୂରିବ। ତେବେ ଏ ଯାଏ ପାଚେରି ମରାମତି କରାଯାଇ ନାହିଁ। ଏଥିଯୋଗୁ ଅଳିଆ ଆବର୍ଜନା ଉଡ଼ିି ପାର୍ବତୀ ସାଗରରେ ପଡୁଛି। ପାର୍ବତୀ ସାଗର ପାଚେରି ମରାମତି ସମ୍ପର୍କରେ ଲୋକନାଥ ମନ୍ଦିରର ମ୍ୟାନେଜର ଅପଚ୍ଛ ପରିଡ଼ାଙ୍କୁ ପଚାରିବାରେ କହିଛନ୍ତି, ପୁରୀ ସହରର ଖାଲୁଆ ଅଞ୍ଚଳରେ ଶ୍ରୀଲୋକନାଥ ମନ୍ଦିର ଏବଂ ପାର୍ବତୀ ସାଗର ରହିଛି। ଏହି ପୋଖରୀର ତିନିପାର୍ଶ୍ୱରେ ପ୍ରବଳ ବାଲି ଅଛି। ବାଲିର ଚାପ ସର୍ବଦା ପାଚେରି ଉପରେ ରହୁଛି। ବର୍ଷା ହେଲେ ବାଲି ବୋହି ଏହି ଚାପ ଅଧିକ ମାତ୍ରାରେ ପଡ଼ିଥାଏ। ଲଗାଣ ବର୍ଷା ଯୋଗୁ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡ଼ିି ପଡ଼ିଥିଲା। ଏହାର ମରାମତି ପାଇଁ ମାପଚୁପ ସହ ଏଷ୍ଟିମେଟ ମଧ୍ୟ କରାଯାଇଛି। ବର୍ଷା ଦିନ ପରେ କାମ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri