ଜଳିଗଲା ୨ ଆମ୍ବୁଲାନ୍ସ

କେନ୍ଦ୍ରାପଡ଼ା ଅଫିସ,୧୮।୫: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ୨ଟି ପୁରୁଣା ଆମ୍ବୁଲାନ୍ସରେ ବୁଧବାର ନିଆଁ ଲାଗି ଜଳିଯାଇଛି। ତେବେ ଏଥିରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ ଜଣା ପଡ଼ି ନ ଥିଲେ ମଧ୍ୟ କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛିି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଏହି ଗାଡି୨ଟିରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଏ ସମ୍ପର୍କରେ ଏଡିଏମଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ଯେ, ସି-ଶୋର ପକ୍ଷରୁ ଏହି ୨ଟି ଆମ୍ବୁଲାନ୍ସ ମିଳିଥିଲା। ବହୁଦିନର ପୁରୁଣା ହୋଇ ଥିବା ଗାଡି ଦୁଇଟି ମେଡିକାଲ ପରିସର କଲୋନୀ ପଛପଟେ ଥିଲା। କେଉଁ କାରଣରୁ ନିଆଁ ଲାଗିଛି, ଏହାର ତଦନ୍ତ ହେବ।