ପାରଳାଖେମୁଣ୍ଡି,୪ା୬(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ନିକଟସ୍ଥ ଡକ୍ତର ବାଞ୍ଜରୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍(ନଂ.ଓଡି ୧୮ ଏଚ ୧୬୧୩)ରେ ଯାଉଥିବା ୨ ଯୁବକଙ୍କୁ ପାଟ୍ରୋଲିଂ କରୁଥିବା ପୋଲିସ ସନ୍ଦେହରେ ଅଟକାଇଥିଲା। ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ଜାଗରଙ୍ଗା ଓ ତାଙ୍କ ଟିମ ଯୁବକଦ୍ୱୟଙ୍କୁ ପଚରାଉଚରା କରିବା ସହ ଯାଞ୍ଚ କରିବାରୁ ୨ଟି ଦେଶୀ ବନ୍ଧୁକ ମିଳିଥିଲା। ପୋଲିସ ବନ୍ଧୁକ ଜବତ କରିବା ସହ ଅଟକ ଯୁବକ ରାୟଗଡା ଜିଲା ପୁଟାସିଂ ପଞ୍ଚାୟତ ରେଜିଂତାଲା ଗ୍ରାମର ପ୍ରତାପ ଗମାଙ୍ଗ(୩୧) ଏବଂ ଅରୁଣ ଗମାଙ୍ଗ(୨୫) ଗିରଫ କରିଛି। ବେଆଇନ ବନ୍ଧୁକ ଧରିବା ଅଭିଯୋଗରେ ୧୧୨/୨୫ ଅସ୍ତ୍ରଶସ୍ତ୍ର ଆଇନ ଧାରା୨୫/୧(କ)ରେ ମାମଲା ରୁଜୁ କରି ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।


