୬୦ନଂ ଜାତୀୟ ରାଜପଥରେ ଦୁଇଦୁଇଟି ଦୁର୍ଘଟଣା

ବାଲେଶ୍ୱର,୧୩।୩(ମାନସ ବିଶ୍ୱାଳ) : ୬୦ ନଂ ଜାତୀୟ ରାଜପଥ ହଳଦୀପଦା ନିକଟରେ ପୃଥକପୃଥକ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୩ ଆହତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୁଚନା ଅନୁଯାୟୀ, ବିଳମ୍ବିତ ରାତିରେ ୬୦ ନଂ ଜାତୀୟ ରାଜପଥ ବସ୍ତାଥାନା ଅନ୍ତର୍ଗତ ହଳଦୀପଦା ରାଜଧାନୀ ଢାବା ନିକଟରେ ଛିଡା ହୋଇଥିବା ଏକ କଣ୍ଟେନରକୁ ଏକ ଗୋରୁ ବୋଝେଇ ପିକଅପ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା।
ଏଥିରେ ଗୋରୁ ଗାଡିରେ ଥିବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସେହିପରି ଅନ୍ୟଏକ ଦୁର୍ଘଟଣା ରାଜଧାନୀ ହୋଟେଲଠାରୁ ଅଳ୍ପକିଛି ଦୁରରେ ରାସ୍ତାପାର୍ଶ୍ୱରେ ଛିଡାହୋଇଥିବା ଏକ ଟ୍ରକକୁ ଏକ ଅଦା ବୋଝେଇ ଭ୍ୟାନ ଧକ୍କା ଦେଇଛି। ସେଥିରେ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। ଘଟଣାସ୍ଥାଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି ।