ଜେଲ ଗଲେ ଦୁଇ ଏବିଭିପି ସଦସ୍ୟ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଜେଏନ୍‌ୟୁ ପ୍ରଫେସର, କର୍ମକର୍ତ୍ତା ଓ ଅନ୍ୟ ଅତିଥିଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ସମ୍ପୃକ୍ତ ଦୁଇ ପୂର୍ବତନ ଛାତ୍ର ତଥା ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଶହୀଦନଗର ଥାନା ପୋଲିସ ସୋମବାର ଗିରଫ କରିଛି। ସେମାନେ ହେଲେ ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ କୁରୁଡ଼ା ଗ୍ରାମର ମାନସ କୁମାର ସାହୁ (୩୧) ଓ ନୂଆଗାଁ ଗ୍ରାମର ସଞ୍ଜୟ କୁମାର ମଲ୍ଲିକ (୩୨)। ମାମଲା (ନଂ.୫୯/୨୦୨୩)ରେ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମାନସଙ୍କ ନାମରେ ପୂର୍ବରୁ ୮ଟି ଓ ସଞ୍ଜୟଙ୍କ ନାମରେ ୯ଟି ଆପରାଧିକ ମାମଲା ରହିଥିବା ପୋଲିସ କହିଛି। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଥାନା ହାଜତରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବିଭିପିର ରାଜ୍ୟ ମିଡିଆ ସଂଯୋଜକ ବିଶ୍ୱଜିତ ପାତ୍ର କହିଛନ୍ତି, ପୋଲିସ ଗୁଣ୍ଡା ସାଜି ଏବିଭିପି ସଦସ୍ୟଙ୍କୁ ମାଡ଼ ମାରିଛି। ଛାତ୍ର ନେତା ସଞ୍ଜୟ କୋର୍ଟରେ ଅଚେତ ହୋଇପଡ଼ିଥିଲେ। ହେଲେ ତାଙ୍କୁ ମେଡିକାଲ ନ ନେଇ ଝାରପଡ଼ା ଜେଲ ପଠାଇ ଦିଆଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଏବିଭିପି ସଦସ୍ୟଙ୍କ ଏଭଳି ଆଚରଣକୁ ବିରୋଧ କରି ଛାତ୍ର କଂଗ୍ରେସ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାରେ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ପ୍ରତିବାଦ କରାଯାଇଥିଲା। ଛାତ୍ର କଂଗ୍ରେସର ୩୦ରୁ ଅଧିକ କର୍ମୀ ଟାୟାର ଜାଳି ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ। ଛାତ୍ର କଂଗ୍ରେସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି, ବାଣୀବିହାର ପରିସର ଅଶାନ୍ତ କରିବାକୁ ଏବିଭିପି ଚକ୍ରାନ୍ତ କରୁଛି। ଉତ୍କଳ ବିଶ୍ୱବିଦ୍ୟାଳୟର ଯଶ ଗରିମାକୁ କ୍ଷୁଣ୍ଣ କରିବା ସହ ଏହାର ଚେହେରା ଓ ପରିଚୟକୁ ସାରା ଭାରତରେ ମଳିନ କରାଇବା ଅପପ୍ରୟାସରୁ ଏବିଭିପି ନିବୃତ୍ତ ରହୁ ବୋଲି ଛାତ୍ର କଂଗ୍ରେସ କହିଛି। ସେହିପରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ସହ ପ୍ରତିବାଦ କରାଯାଇଥିଲା। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ କରି ଅରାଜକତା ସୃଷ୍ଟି କରିଥିବା ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ସେହିପରି ସିଟିଜେନ୍ସ ଫୋରମ ପକ୍ଷରୁ ମଧ୍ୟ ମାଷ୍ଟର କ୍ୟାଣ୍ଟିନଠାରେ ଖବରଦାତା ସମ୍ମିଳନୀ କରାଯାଇ ପ୍ରତିବାଦ କରାଯାଇଥିଲା। ବିଶ୍ୱ ବିଦ୍ୟାଳୟରେ ଏବିଭିପିର ଏହା ପ୍ରାୟୋଜିତ ଗୁଣ୍ଡାରାଜ ଓ ହିଂସା ବୋଲି ଫୋରମ୍‌ ଅଭିଯୋଗ ଆଣିଛି।
ସୂଚନାଯୋଗ୍ୟ, ରବିବାର ସିଟିଜେନ୍ସ ଫୋରମ ପକ୍ଷରୁ ‘ଭାରତ ସମ୍ବିଧାନ ଏବଂ ଶିକ୍ଷାନୀତି’ ଉପରେ ରାଜ୍ୟସ୍ତରୀୟ ସେମିନାର୍‌ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପ୍ରଫେସର ସୁର୍‌ଜିତ ମଜୁମ୍‌ଦାର ବକ୍ତବ୍ୟ ରଖୁଥିବା ସମୟରେ ଏବିଭିପିର ସଦସ୍ୟମାନେ ବିରୋଧ କରିଥିଲେ। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ ଆଣି ୭ରୁ ଅଧିକ ଏବିଭିପି ସଦସ୍ୟ ଗାଳିଗୁଲଜ କରିବା ସହ ସିଟିଜେନ୍ସ ଫୋରମର ଆବାହକ ପ୍ରଦୀପ୍ତ ନାୟକ, ଜେଏନ୍‌ୟୁ ପ୍ରଫେସର ଓ ଅନ୍ୟ ଅତିଥିଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ଏନେଇ ପ୍ରଦୀପ୍ତ ନାୟକ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏବିଭିପି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri