30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’

ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X କୁ ପରିବର୍ତ୍ତନ କରାଯାଇଥିଲା। ସେହିପରି ବ୍ଲୁ ବାର୍ଡ ଚିହ୍ନ ଏକ୍ସ ଚିହ୍ନରେ ରୂପାନ୍ତରିତ ହୋଇଥିଲା। ତେବେ ବର୍ତ୍ତମାନ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ମୁଖ୍ୟାଳୟରେ ନୀଳ ପକ୍ଷୀ ସହିତ ପ୍ରତିଷ୍ଠିତ ଲୋଗୋ ଏବେ ନିଲାମ ପାଇଁ ପ୍ରସ୍ତୁତ ହୋଇଛି।

ନୀଳ ପକ୍ଷୀଟି 34 ହଜାର 375 ଡଲାର ଅର୍ଥାତ ପ୍ରାୟ 30 ଲକ୍ଷ ଟଙ୍କାରେ ନିଲାମ ହୋଇଛି। ନିଲାମ କମ୍ପାନୀର ପିଆର ଏହି ଖବରକୁ ନିଶ୍ଚିତ କରିଛନ୍ତି। ପ୍ରାୟ ୨୫୪ କିଲୋଗ୍ରାମ ଓଜନ ଏବଂ ୧୨ ଫୁଟ ଲମ୍ବା ଏବଂ ୯ ଫୁଟ ଚଉଡା ଏହି ନୀଳ ପକ୍ଷୀ ଲୋଗୋର କ୍ରେତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

ତଥାପି, ଯେଉଁ ବିଡିଂ ପ୍ରକ୍ରିୟାରେ ନୀଳ ପକ୍ଷୀଟି ନିଲାମ ହୋଇଛି, ସେଥିରେ ଆପଲ-୧ କମ୍ପ୍ୟୁଟର ପ୍ରାୟ ୩.୨୨ କୋଟି ଟଙ୍କା (୩.୭୫ ଲକ୍ଷ ଡଲାର) ରେ ବିକ୍ରି ହୋଇଥିଲା, ଏବଂ ଷ୍ଟିଲ ଜବ୍ସଙ୍କ ଦ୍ୱାରା ସୱାକ୍ଷରିତ ଏକ ଆପଲ ଚେକ ପ୍ରାୟ ୯୬.୩ ଲକ୍ଷ ଟଙ୍କା (୧,୧୨,୦୫୪ ଡଲାର) ରେ ବିକ୍ରି ହୋଇଥିଲା। ପ୍ରଥମ ପିଢ଼ିର 4 GB ଆଇଫୋନ, ଯାହା ଏକ ସିଲ ପ୍ୟାକ ଥିଲା, 87 ହଜାର 514 ଡଲାରରେ ବିକ୍ରି ହୋଇଥିଲା। ଯଦିଓ ନୀଳ ପକ୍ଷୀର ଏହି ଲୋଗୋ ଆଉ ମାଇକ୍ରୋ-ବ୍ଲଗିଂ ୱେବସାଇଟ X ର ଅଂଶ ନୁହେଁ, ତଥାପି ସୋସିଆଲ ମିଡିଆରେ ଏହାର ପରିଚୟ Apple କିମ୍ବା Nike ପରି ରହିଛି।

ଉଲ୍ଲେଖନୀୟ ଯେ 2022ରେ, ଏଲନ ମସ୍କ ପ୍ରାୟ 3368 ବିଲିୟନ ଟଙ୍କା (44 ବିଲିୟନ ଡଲାର) ରେ ମାଇକ୍ରୋ-ବ୍ଲଗିଂ ୱେବସାଇଟ ଟ୍ବିଟର କିଣିବା ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri