Categories: ଖେଳ

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଦାମ ଜାମ୍ପା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହାଟୀ ଲେ ପାଲମେରଙ୍କୁ ବିବାହ କରିଛନ୍ତି। ଗତ ସପ୍ତାହରେ ଉଭୟ ବିବାହ କରିଥିଲେ ଏବଂ ଏବେ ବିବାହ ଫଟୋ ଭାଇରାଲ ହୋଇଛି। ହାଟୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ଶେୟାର କରିଛନ୍ତି। ଆଦାମ ଜାମ୍ପା ଏବଂ ହାଟୀଙ୍କ ବିବାହ ଦୁଇଥର ସ୍ଥଗିତ ରହିଥିଲା। ଏହାର କାରଣ ଥିଲା କରୋନା। କିନ୍ତୁ ଶେଷରେ ଉଭୟଙ୍କ ହାତ ଗଣ୍ଠି ପଡିଛି।
ଜାମ୍ପା ଏବଂ ହାଟୀ ପାଲମେର୍‌ ଦୀର୍ଘ ସମୟ ଧରି ପ୍ରେମ ସମ୍ପର୍କ ରଖିଥିଲେ। ଉଭୟ ପ୍ରାୟତଃ ଭ୍ରମଣରେ ଯାଆନ୍ତି। ୨୦୧୭ରେ ଜାମ୍ପା ପୁଣେ ସୁପରଜିଆଣ୍ଟ ଦଳର ଅଂଶ ଥିବାବେଳେ ହାଟୀ ତାଙ୍କ ସହ ଭାରତ ଆସିଥିଲେ।

Share