Categories: ଜାତୀୟ

ଟୁଇଟର୍‌କୁ ଆଉ ମିଳିବନି ଆଇନଗତ ସୁରକ୍ଷା…

ନୂଆଦିଲ୍ଲୀ,୧୬।୬: ଭାରତରେ ଏଣକି ଟୁଇଟର୍‌କୁ ଆଉ ଆଇନଗତ ସୁରକ୍ଷା ମିଳିବନି। ନୂଆ ଆଇଟି ଆଇନର ପାଳନ ନ କରିବାକୁ ଭାରତ ସରକାର ଉପଲବ୍ଧ ଆଇନଗତ ସୁରକ୍ଷା ନ ଦେବାକୁ ଘୋଷଣା କରିଛନ୍ତି। ମେ’ ୨୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଇନ ଲାଗୁ କରାଯାଇଥିଲା। ତେବେ ଏହାକୁ ଟୁଇଟର୍‌ ପାଳନ କରିବାକୁ ଅମଙ୍ଗ ହୋଇଥିଲା। ଫଳର ସମୟ ସୀମା ଅତିକ୍ରାନ୍ତ ହେବା ପରେ ଆଇନଗତ ସୁରକ୍ଷା ବନ୍ଦ ହୋଇ ଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନଗତ ସୁରକ୍ଷା ବନ୍ଦ ହେବା ଦ୍ୱାରା ଯେ କୌଣସି ଆପତ୍ତିଜନକ କଣ୍ଟେଟ୍‌ ପାଇଁ ଏବେ ଟୁଇଟର୍‌କୁ ଉତ୍ତରଦାୟୀ କରାଯିବ। ଆଇଟି ଆକ୍ଟର ଧାରା ୭୯ ଅନ୍ତର୍ଗତ ସୋସିଆଲ୍‌ ମିଡ଼ିଆ ପ୍ଲାଟଫର୍ମକୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥାଏ। ମାତ୍ର ନୂଆ ଆଇଟି ଆଇନକୁ ପାଳନ ନ କରିବା ଦ୍ୱାରା ଏଣିକି ଏହି ସୁରକ୍ଷା ଟୁଇଟର୍‌କୁ ଆଉ ମିଳିବ ନାହିଁ।

Share