Categories: ଫୁରସତ

ଟୁଇଟରରେ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କୁ ଜୋକ୍‌ ଶୁଣାଇବାକୁ କହିଲେ ୟୁଜର, ଆଉ ତା’ପରେ

ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅନେକ ସମୟରେ ମଜାଳିଆ ଜୋକ୍‌ସ ଏବଂ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି। ବୋଥ୍ରା ତାଙ୍କ ଫଲୋଅର୍ସମାନଙ୍କ ସହ କଥା ମଧ୍ୟ ହୋଇଥାନ୍ତି। ଯଦି କେହି ତାଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରନ୍ତି, ତେବେ ବୋଥ୍ରା ସମାନ ଭାଷାରେ ତାଙ୍କୁ ଉତ୍ତର ଦେଇଥାନ୍ତି। ଏବେ ଜଣେ ୟୁଜର ତାଙ୍କୁ ଏକ କମେଣ୍ଟ କରିଥିଲେ। ଏହାର ଉତ୍ତରରେ ବୋଥ୍ରା ଏମିତି କହିଲେ ଯେ ୟୁଜରଙ୍କ ପାଟି ବନ୍ଦ ହୋଇଗଲା।
ଟୁଇଟରରେ ଇଶି ନାମକ ଜଣେ ୟୁଜର ବୋଥ୍ରାଙ୍କୁ ଗୋଟିଏ ଜୋକ୍‌ ଶୁଣାଇବାକୁ କହିଲେ। ଏହାକୁ ପଢ଼ିବା ପରେ ଆଇପିଏସ୍‌ ଅଫିସର ନିଜ ଶୈଳୀରେ ଏହାର ଉତ୍ତର ଦେଲେ। ସେ ଲେଖିଲେ, ‘ଆପଣ ବହୁତ ବୁଦ୍ଧିମାନ’। ଏପରି ଉତ୍ତର ପାଇବା ପରେ ୟୁଜର ଆଉ କିଛି ଲେଖି ନାହାନ୍ତି। ବୋଥ୍ରାଙ୍କର ଏପରି ମଜାଳିଆ ଉତ୍ତରକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।

Share