ଅସୁବିଧାରେ ପକାଉଛି ଟୁଇଟର

ଟୁଇଟରରେ ଦେଉଥିବା ମନ୍ତବ୍ୟ ତାଙ୍କୁ ଅନେକ ସମୟରେ ଅସୁବିଧାରେ ପକାଉଛି ବୋଲି କହିଛନ୍ତି ସ୍ପେସ୍‌ ଏକ୍ସ ଓ ଟେସ୍‌ଲା ସିଇଓ ଏଲନ୍‌ ମସ୍କ। ଆମେରିକାର ଏକ କମେଡି ଶୋ’ ‘ସଟର୍ଡେ ନାଇଟ୍‌ ଲାଇଭ୍‌’ରେ ମସ୍କ କହିଛନ୍ତି, ନ୍ୟୁରୋ ଡେଭେଲପମେଣ୍ଟାଲ ଡିଜ୍‌ଅର୍ଡର ‘ଆସ୍‌ପର୍ଜର ସିଣ୍ଡ୍ରୋମ’ରେ ପୀଡ଼ିତ ଥାଇ ବି ସେ ଏହି ଶୋ ହୋଷ୍ଟ କରିବାରେ ପ୍ରଥମ। ତାଙ୍କଠାରୁ ଲୋକେ କ’ଣ ଆଶା ରଖନ୍ତି ତାହା ସେମାନେ ବି ଜାଣି ନ ଥାନ୍ତି । ବୈଦ୍ୟୁତିକ ଯାନ ନିର୍ମାଣ, ରକେଟ୍‌ରେ ଲୋକଙ୍କୁ ମଙ୍ଗଳ ପଠାଇବା ଭଳି କାମ ସହଜ ନୁହେଁ ବୋଲି କହିଥିଲେ।

Share