ବନ୍ଧୁଙ୍କୁ ସାହାଯ୍ୟ ମାଗିଲେ ଏଲନ ମସ୍କ

ୱାଶିଂଟନ,୨୩ ।୮: ମାଇକ୍ରୋବ୍ଲଗିଙ୍ଗ ସାଇଟ ଟୁଇଟର କିଣିବା ଚୁକ୍ତିରୁ ଓହରିଯିବା ପରେ ଟେଲସା ସିଇଓ ଏଲନ ମସ୍କଙ୍କ ଅଡୁଆ କମିବାର ନାଁ ନେଉନି । ଏବେ ସେ ଆଇନଗତ ଅସୁବିଧାରେ ପଡି ଯାଇଛନ୍ତି । ଚୁକ୍ତିକୁ ଏକ ପାଖିଆ ଉଲ୍ଲଂଘନ କରିଥିବା ଦର୍ଶାଇ ଟୁଇଟର ତାଙ୍କ ବିରୋଧରେ ଆମେରିକାର ଡେଲାୱେର କୋର୍ଟରେ ଅପିଲ କରିଛି । ଏହି ମାମଲାରେ ମସ୍କ ତାଙ୍କର ବନ୍ଧୁ ତଥା ଟୁଇଟରର ପୂର୍ବତନ ସିଇଓ ଡ୍ୟାକ ଡୋର୍ସିଙ୍କୁ ସାହାଯ୍ୟ ମାଗିଛନ୍ତି । ଡୋର୍ସିଙ୍କୁ କୋର୍ଟରୁ ସମନ ପଠାଯାଇ ସାକ୍ଷୀ ଦେବାକୁ ଡକାଯାଇଛି ।
କୋର୍ଟର ଦଲିଲ ଅନୁଯାୟୀ, ଟୁଇଟର କିଣିବା ପାଇଁ ଡୋର୍ସ ମସ୍କଙ୍କୁ ୪୪ ବିଲିୟନ ଡଲାରର ଚୁକ୍ତି ଉପରେ ତାଙ୍କୁ ସାହାଯ୍ୟ କରନ୍ତୁ ଏବଂ ତାଙ୍କ ଚୁକ୍ତିକୁ ସମର୍ଥନ କରି ସାକ୍ଷି ଦିଅନ୍ତୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅକ୍ଟୋବର ୧୭ରେ ଟୁଇଟର-ମସ୍କ ମାମଲାରେ ଡେଲାୱେର କୋର୍ଟ ଶୁଣାଣି କରିବେ । ଏହିଦିନ ହାଜର ହେବାକୁ ଡୋର୍ସଙ୍କୁ କୁହାଯାଇଛି ।

Share