ଯାଜପୁର ରୋଡ୍‌ରେ ଟୁଇଟର କ୍ଲବ

ଯାଜପୁର ରୋଡ୍‌,୧୬ା୭(ଡି.ଏନ.ଏ.): ଯାଜପୁର ରୋଡ୍‌ଠାରେ ଜିଲାର କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବ ସମାଜସେବୀଙ୍କୁ ନେଇ ଶୁକ୍ରବାର ଏକ ଟୁଇଟର କ୍ଲବ ଗଠନ କରାଯାଇଛି। ଏହି ଟୁଇଟର କ୍ଲବକୁ ଯୁବ ସମାଜସେବୀ ବିମଲ ଦାସ, ମୋହନ ମହାରଣା ଓ ସରୋଜ ବେହେରା ଉଦ୍‌ଘାଟନ କରିଥିଲେ। କ୍ଲବର ଆବାହକ ରାଜେଶ ରାଉତ ଟୁଇଟର କିପରି ଇନଷ୍ଟଲ ହେବା ସହ ସହଜରେ ବ୍ୟବହାର କରାଯାଇଚ୍‌ପାରିବ ସେ ବିଷୟରେ ବୁଝାଇଥିଲେ। ସମ୍ପ୍ରତି ପ୍ରଶାସନ ସବୁକିଛି ଡିଜିଟାଲ ମୋଡ୍‌ କାର୍ଯ୍ୟ କରୁଛି। ଏହାକୁ ଦୃଷ୍ଟିରେ ରଖି ଟୁଇଟର କ୍ଳବ ମାଧ୍ୟମରେ ସରକାରଙ୍କ ପ୍ରତି ଯୋଜନାକୁ ପ୍ରଥମେ ଟୁଇଟରରେ ପୋଷ୍ଟ କରି ଲୋକଙ୍କୁ ସଚେତନ କରିବା ସହ ପ୍ରଶାସନର ଅଣଦେଖା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇପାରିବ। ଏହି ଟୁଇଟର କ୍ଲବ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଦମନ ମହାନ୍ତି, ବିଶ୍ୱଜିତ ଦାସ, ଫନି ପ୍ରକାଶ ଜେନା, ମନୋଜ ଦାସ, ତପନ ପାତ୍ର, ପ୍ରକାଶ ଜେନା, ତବିନ ସାମଲ, ରଘୁନାଥ ପାତ୍ର, ସୁମନ୍ତ ମହାରଣା, ଦମନ ମହାନ୍ତି, ଲିପୁନ ବାରିକ, ବିଶ୍ୱଜିତ ମାଝି, ପ୍ରହଲ୍ଲାଦ ଦେଓ, ବିବେକ ବେହେରା, ରାଜେଶ ସାହୁ, ସୁରଜିତ ପାଣି ପ୍ରମୁଖ ଉପସ୍ଥିତ ଥିଲେ।